ବନ୍ଧୁକ ମୁନରେ ଗହଣା ଦୋକାନ ଲୁଟ

0

ଓଡିଶା ଫାଷ୍ଟ( ବ୍ୟୁରୋ): କଟକ ଜିଲ୍ଲା ବାରଙ୍ଗ ଥାନା ଗୋଡ଼ିସାହିରେ ଥିବା ଲଳିତା ଜୁଏଲାରୀରୁ ଏକ କେଜି ରୁ ଉର୍ଦ୍ଧ୍ୱ ଓଜନର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଜୁଏଲାରୀ ମାଲିକ ଦୋକାନ ବନ୍ଦ କରିବା ବେଳେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ । ବନ୍ଧୁକ ପଛରେ ତାଙ୍କ ମୁଣ୍ଡକୁ ଆଘାତ କରିବାରୁ ସେ ତଳେ ପଡ଼ି ଯାଇଥିଲେ । ପରେ ଦୁର୍ବୃତ୍ତମାନେ ଦୋକାନରେ ପଶି ସୁନାଗହଣା ଲୁଟି ନେଇଥିଲେ । ଦୁର୍ବୃତ୍ତମାନେ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରା ହାର୍ଡଡିସ୍କ ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି । ଗୋଡ଼ିସାହି ଫାଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.