ଧରାପଡ଼ିଲେ ତେଲିଆ ଚୋର, ମୁଣ୍ଡରୁ ଗୋଡ଼ ଯାଏଁ ମାରୁଥିଲେ ଜଡ଼ା ତେଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଭୁବନେଶ୍ୱରରୁ ଧରା ପଡିଲେତେଲିଆ ଚୋର।ଏମାନେ ଚୋରି କରିବା ପୂର୍ବରୁ ଦେହରେ ମାଖୀ ହେଉଥିଲେ ଜଡ଼ା ତେଲ। ଏହି ଗ୍ୟାଙ୍ଗ ର ୮ ଜଣକୁ ଠାବ କରିଛି ସ୍ପେଶାଲ ଟିମ । ଦୁଇଟି ଗ୍ୟାଙ୍ଗରୁ ଚୋରା ସ୍ମାର୍ଟଫୋନ, ଲାପଟପ୍, ମୋବାଇଲ ଓ ବାଇକ ଜବତ କରିଛି ପୋଲିସ । ଦାମି ଦାମି ଫୋନ ଲାପଟପ ଚୋରି କରି ଅଧା ଦାମରେ ଗ୍ରାହକମାନଙ୍କୁ ବେପାର କରୁଥିଲେ । ୪୦ ହଜାର ଟଙ୍କାର ଲାପଟପକୁ ୧୫ ହଜାର ଏବଂ ୨୦ ହଜାର ଟଙ୍କିଆ ଫୋନକୁ ୧୦ ହଜାର ଟଙ୍କାରେ ବେପାର କରୁଥିଲେ । ଅନ୍ୟପଟେ ସେକେଣ୍ଡ ହ୍ୟାଣ୍ଡ ଜିନିଷ କିଣୁଥିଲେ, ନ କିଣିବା ପାଇଁ ଭୁବନେଶ୍ୱର ଡିସିପି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.