ଲଭ୍ ଜିହାଦ ବିରୁଦ୍ଧରେ ଖୁବ ଶୀଘ୍ର ଆସିବ କଡା ଆଇନ୍: ବିଏସ ୟେଦୁରପ୍ପା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିବାହ ପାଇଁ ହେଉଥିବା ଧର୍ମ ପରିବର୍ତ୍ତନ(ଲଭ୍ ଜିହାଦ)କୁ ରୋକିବା ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଏକ ବଡ ବୟାନ ଜାରି କରିଛନ୍ତି। ୟେଦୁରପ୍ପା ଏଠାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବାବେଳେ କହିଛନ୍ତି, “କର୍ଣ୍ଣାଟକ ସର୍ବଦା ଲଭ୍ ଜିହାଦ’କୁ ଚିନ୍ତାର ବିଷୟ ବୋଲି ବିଚାର କରେ। ସେ କହିଛନ୍ତି ଯେ ରାଜ୍ୟରେ ଏହି ପ୍ରସଙ୍ଗକୁ ନେଇ ସେ ସମ୍ପୃକ୍ତ ଅଧିକାରୀ ଏବଂ ବିଶେଷଜ୍ଞଙ୍କ ସହ କଥା ହୋଇଛନ୍ତି। ସେ କହିଛନ୍ତି ଯେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଶେଷଜ୍ଞ ଆମ ସହ ଏକମତ ହୋଇଛନ୍ତି ଯେ ବିବାହ ପାଇଁ ହେଉଥିବା ଧର୍ମ ପରିବର୍ତ୍ତନ ରୋକିବା ପାଇଁ ରାଜ୍ୟରେ କଠୋର ଆଇନ ଲାଗୁ କରାଯାଉ।

Leave A Reply

Your email address will not be published.