ଦିଲ୍ଲୀରେ ୨.୨ ପରିମାଣର ଭୂମିକମ୍ପ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶୁକ୍ରବାର ଦିନ ଦିଲ୍ଲୀରେ ୨.୨ ପରିମାଣର ସ୍ବଳ୍ପ-ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସ୍‌ନାଲ୍ ସେଣ୍ଟର୍‌ ଫର୍ ସିସ୍ମୋଲଜି କହିବା ଅନୁସାରେ, ଏହି ସ୍ବଳ୍ପ-ତୀବ୍ରତାସମ୍ପନ୍ନ ଭୂମିକମ୍ପ ଆଜି ପୂର୍ବାହ୍ନ ୧୧: ୨୮: ୫୨ ସମୟରେ ନୂଆଦିଲ୍ଲୀର ୧୩ କିଲୋମିଟର ଉତ୍ତରପଶ୍ଚିମରେ ସଂଘଠିତ ହୋଇଥିଲା।ଏଥିଯୋଗୁଁ ଦିଲ୍ଲୀର ପିତମପୁରା ଅଞ୍ଚଳରେ ମୃଦୁ କମ୍ପନ ଅନୁଭୂତ ହୋଇଥିଲା। କିନ୍ତୁ, କୌଣସି ଠାରେ କିଛି କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ।ମାସକ ମଧ୍ୟରେ ଜାତୀୟ ରାଜଧାନୀରେ ଏହା ହେଉଛି ଚତୁର୍ଥ ଭୂମିକମ୍ପ। ମେ ୧୦ ତାରିଖରେ ମଧ୍ୟ ଦିଲ୍ଳୀରେ ୩. ୪ ତୀବ୍ରତାସମ୍ପନ୍ନ ଗୋଟାଏ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ଉତ୍ପତ୍ତିସ୍ଥଳ ଥିଲା ଉତ୍ତରପୂର୍ବ ଦିଲ୍ଲୀର ୱାଜିରପୁର ପାଖରେ।ଗତ ଏପ୍ରିଲ୍ ୧୨ ଏବଂ ୧୩ ତାରିଖରେ ମଧ୍ୟ ଦିଲ୍ଲୀ ଏହି ଅଞ୍ଚଳ ଓ ତା’ର ଆଖପାଖ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ଥିଲା ଯଥାକ୍ରମେ ୩.୫ ଏବଂ ୨.୭।ପାଞ୍ଚଟି ଭୂମିକମ୍ପପ୍ରବଣ ଜୋନ୍ ମଧ୍ୟରୁ ଦିଲ୍ଲୀ ୪ର୍ଥ ଜୋନ୍‌ରେ ରହିଛି।

Leave A Reply

Your email address will not be published.