ହୀରାକୁଦରେ କମିଛି ଜଳସ୍ତର

ହୀରାକୁଦରେ ଜଳସ୍ତର କମିଛି । ହୀରାକୁଦକୁ ଇନଫ୍ଲୋ କମିଛି । ଗତକାଲି ହୀରାକୁଦରୁ ୪୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହୋଇଥିଲା । ବର୍ତ୍ତମାନ ହୀରାକୁଦରେ ଜଳସ୍ତର କମିଥିବା ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।
ସୂଚନା ଅନୁସାରେ, ହୀରାକୁଦରେ ଜଳସ୍ତର ଧିରେ ଧିରେ କମିବାରେ ଲାଗିଛି । ହୀରାକୁଦରୁ ଛଡାଯାଇଥିବା ପାଣି ଖଇରମାଳିରେ ପହଞ୍ଚିଛି । ଆସନ୍ତାକାଲି ସକାଳେ ଛଡାଯାଇଥିବା ପାଣି ମୁଣ୍ଡଳୀରେ ପହଞ୍ଚିବ । ହୀରାକୁଦ ଡ୍ୟାମରୁ ଛଡାଯାଇଥିବା ବନ୍ୟାଜଳ ମୁଣ୍ଡଳୀ ଅତିକ୍ରମ କଲାବେଳକୁ ୧୦ ଲକ୍ଷ କ୍ୟୁସେକ୍ ହେବ । ଏବେ ମୁଣ୍ଡଳୀ ପିକ୍ ଫ୍ଲଡ୍ ଅତିକ୍ରମ କରିବା ପରେ ପାଣି କମିଛି ।