ମା’ ଭଟ୍ଟାରିକା ପୀଠ ଜଳମଗ୍ନ; ଲାଗୁ ହେଲା ୧୪୪ ଧାରା

0

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ୩୪ଟି ଗେଟ୍‌ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ଅନ୍ୟପଟେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିଛି । ଫଳରେ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠ ଜଳମଗ୍ନ ହୋଇଛି । ବନ୍ୟା ଜଳ ଦେଖିବାକୁ ଲୋକଙ୍କ ଭିଡ ଜମୁଛି । କୌଣସି ଅଘଟଣ ନ ଘଟିବା ପାଇଁ ଭଟ୍ଟାରିକା ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।ଭଟ୍ଟାରିକାଙ୍କ ପୀଠକୁ ଲୋକମାନଙ୍କୁ ଯିବାକୁ ବାରଣ କରାଯାଇଛି ।

ମହାନଦୀରେ ବନ୍ୟା ଆସିବା ଫଳରେ ବନ୍ୟା ଜଳରେ ମାଆ ଭଟ୍ଟାରିକାଙ୍କ ମନ୍ଦିର, ଭଜନ ମଣ୍ଡପ ବୁଡ଼ି ଯାଇଛି । ତେବେ ବନ୍ୟାକୁ ଦେଖି କାଲିଠାରୁ ମାଆଙ୍କ ଚଳନ୍ତି ପ୍ରତିମାକୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ସେହିପରି ବଡମ୍ବାର ଗମେଇ, ବଙ୍ଗରିସିଙ୍ଗା, ଗୋପୀନାଥପୁର ଓ କଣ୍‌ଢା ଭଳି ଅଂଚଳ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି । ଲୋକଙ୍କ ଘରେ ପାଣି ପଶି ଯାଇଛି । ପାଣିଘେରରେ ଥିବା ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

SOA post below
Leave a comment