ବଢ଼ିଲା ମୂର୍ତି ଉଚ୍ଚତା; ଭୁବନେଶ୍ୱର-କଟକରେ ୪ ଫୁଟ ନୁହେଁ ୭ ଫୁଟର ମୂର୍ତି ବି ପୂଜା ପାଇବେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଯେଉଁ ପୂଜା ମଣ୍ଡପ ପକ୍ଷରୁ ୭ ଫୁଟ ଉଚ୍ଚ ମୂର୍ତ୍ତି ନିର୍ମାଣ ଆରମ୍ଭ କରାଯାଇଛି ସେ କମିଟିକୁ ସେହି ୭ ଫୁଟର ମୂର୍ତ୍ତି ନିର୍ମାଣ କରିବା ଲାଗି ଅନୁମତି ମିଳିବ। ତେବେ ଏଥିପାଇଁ ସମ୍ପୃକ୍ତ ପୂଜା କମିଟିକୁ ପୁଲିସ ଡିସିପିଙ୍କ ନିକଟରେ ବୁଧବାର ସଂଧ୍ୟା ସୁଦ୍ଧା ଆବେଦନ କରିବାକୁ ପଡ଼ିବ। ପୂଜା କମିଟି ଗୁଡ଼ିକର ଆବେଦନ ପରେ ପୁଲିସ ପ୍ରଶାସନ ପକ୍ଷରୁ ପୂଜା ମଣ୍ଡପ ଯାଞ୍ଚ କରାଯାଇ ମୂର୍ତ୍ତି ଗଢ଼ା କାର୍ଯ୍ୟ ଆଗକୁ ବଢ଼ାଇବା ଲାଗି ଅନୁମତି ମିଳିବ। ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ହାଇକୋର୍ଟ ଏହା କହିଛନ୍ତି। ହାଇକୋର୍ଟଙ୍କ ଏହି ରାୟ ଫଳରେ ଦଶହରାରେ ମା’ଦୁର୍ଗାଙ୍କ ମୂର୍ତ୍ତି ୪ ଫୁଟ ଉଚ୍ଚ ହେବ କି ୭ ଫୁଟ ଉଚ୍ଚ ହେବ ତାହାକୁ ନେଇ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ଅପରପକ୍ଷରେ, ତିନି ପଟୁ ଆବଦ୍ଧ ମଣ୍ଡପ ଭିତରେ ମା’ଙ୍କର ପୂଜା ହେବ ବୋଲି ରାଜ୍ୟ ସରକାର ଯେଉଁ ଗାଇଡଲାଇନ ଜାରି କରିଥିଲେ ସେଥିରେ ହାଇକୋର୍ଟ କୌଣସି ପରିବର୍ତ୍ତନ ବା ହସ୍ତକ୍ଷେପ କରିନାହାନ୍ତି। ଫଳରେ ତିନି ପଟୁ ଆବଦ୍ଧ ମଣ୍ଡପରେ ଏବର୍ଷ ମା’ଙ୍କ ପୂଜା, ନୀତି ହେବ ବୋଲି ସ୍ପଷ୍ଟ ହୋଇଯାଇଛି। ଏହି ମାମଲାରେ କଟକର ୧୯ଟି ପୂଜା କମିଟି ଏବଂ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟି ପକ୍ଷରୁ ଚାରିଟେବୁଲ ଟ୍ରଷ୍ଟ ପକ୍ଷଭୁକ୍ତ ହୋଇଥିବାରୁ ସେମାନଙ୍କ କ୍ଷେତ୍ରରେ ଏହି ନିର୍ଦେଶନାମା ଲାଗୁ ହେବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.