ଆଜି ଆମେ ଜାଣିବା ଏମିତି ପାଞ୍ଚ ଟି ଜିନିଷ ବିଷୟରେ ଯେଉଁ ଜିନିଷ ଘରର ମୁଖ୍ୟ ଦ୍ଵାର ରେ ରହିବା ଦ୍ଵାରା ମାତା ଲକ୍ଷ୍ମୀ ସେହି ଘରକୁ ପ୍ରବେଶ କରନ୍ତି ନାହିଁ । ସେହି ଘରେ ଚିନ୍ତା କେବେ ମଧ୍ୟ ସରି ନଥାଏ ବରଂ ଚିନ୍ତା ବଢ଼ିବାରେ ଲାଗିଥାଏ । ତେବେ ଆଜି ଆମେ ଜାଣିବା ଘରେ ସକାରାତ୍ମକ ଶକ୍ତି ବଢାଇବା ପାଇଁ ଆଉ ଘରେ ସୁଖ ସମୃଦ୍ଧି ବଢାଇବା ପାଇଁ ଘରର ମୁଖ୍ୟ ଦ୍ଵାରରେ କେଉଁସବୁ ଜିନିଷ ରଖିବା ଉଚିତ୍ ।
ଘରର ମୁଖ୍ୟ ଦ୍ଵାରା ଏକ ପ୍ରମୁଖ ସ୍ଥାନ ହୋଇଥାଏ । ସେହିଦ୍ଵାର ଦେଇ ଘରକୁ ଶୁଭ ଅଶୁଭ ଲୋକମାନେ ଓ ଶକ୍ତି ମାନ ପ୍ରବେଶ କରିଥାଏ । ତେବେ ଏମିତି ରେ ଯଦି ଘରର ମୁଖ୍ୟ ଦ୍ଵାର ରେ ଯଦି ଏମିତି କିଛି ଜିନିଷ ରହିଥାଏ ଯାହା ଘରର ମୁଖ୍ୟ ଦ୍ଵାର କୁ ପ୍ରଭାବିତ କରିଥାଏ କିମ୍ବା ନକାରାତ୍ମକ ଶକ୍ତି ଆଡ଼କୁ ଆକର୍ଷିତ ହୋଇଥାଏ ।
ତେବେ ଘରେ ସର୍ବଦା ଅଶାନ୍ତି ଲାଗି ରହି ଥାଏ । ଧନର ହାନି ହୋଇଥାଏ, ଘର ର ଲୋକ ବିଭିନ୍ନ ପ୍ରକାରର ଚିନ୍ତା ରହି ଥାଆନ୍ତି । ତେଣୁ ଘର ର ମୁଖ୍ୟ ଦ୍ଵାର ର ବାସ୍ତୁ ଉପରେ ସବୁବେଳେ ଦୃଷ୍ଟି ଦେବା ଉଚିତ୍ ଘର ର ମୁଖ୍ୟ ଦ୍ଵାର ରେ ଏମିତି ଜିନିଷ ରଖିବା ଉଚିତ୍ ଯାହା ଘରେ ସର୍ବଦା ସୁଖ ଶାନ୍ତି ବଜାଇ ରଖିବ ।
ଘରର ମୁଖ୍ୟ ଦ୍ଵାରାକୁ ସବୁବେଳେ ପରିଷ୍କାର ରଖିବା ଉଚିତ୍ । ଅନେକ ଲୋକ ଘରର ମୁଖ୍ୟ ଦ୍ଵାରାରେ ଗଛ ଲଗାଇ ଦେଇ ଥାଆନ୍ତି ଓ ଏହାର ଛାଇ ଘର ଉପରେ ପଡ଼ିଥାଏ। କିଛି ଲୋକ ଘରର ମୁଖ୍ୟ ଦ୍ଵାରରେ ଚପଲ ରଖି ଦେଇ ଥାଆନ୍ତି କିମ୍ବା ଦସ୍ତବିନ ରଖି ଦେଇ ଥାଆନ୍ତି ଯାହା କୁ ବହୁତ୍ ଖରାପ୍ ଅଟେ। ଘରର ମୁଖ୍ୟ ଦ୍ଵାର କୁ ସବୁବେଳେ ପରିଷ୍କାର ରଖନ୍ତୁ।
ସ୍ନାନ ସାରିବାପରେ ଘରର ମୁଖ୍ୟ ଦ୍ଵାର ରେ ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ ଯାହା ଦ୍ଵାରା ମାତା ଲକ୍ଷ୍ମୀ ସବୁବେଳେ ଆପଣଙ୍କ ଘରକୁ ପ୍ରବେଶ କରିବେ ଓ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।ଘର ର ମୁଖ୍ୟ ଦ୍ଵାରା ରେ ଯଦି ଜୋତା ଚପଲ ଷ୍ଟାଣ୍ଡ ରଖିଛନ୍ତି ତେବେ ଏହାକୁ ଘୋଡାଇ ରଖନ୍ତୁ। ଘର ର ମୁଖ୍ୟ ଦ୍ଵାର କୁ ଫୁଲ ମାଳ ରେ ସଜାଇ ଦିଅନ୍ତୁ ଏହା କରିବା ଦ୍ଵାରା ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।