ଆସନ୍ତାକାଲି ଠାରୁ ଖୋଲିବ ମା’ ତାରିଣୀ ମନ୍ଦିର, ପଢନ୍ତୁ କେଉଁମାନେ ଯାଇ ପାରିବେ ନାହିଁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଉ ଦିନକ ପରେ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମନ୍ଦିର ଖୋଲିବ। ଏନେଇ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍‌ ସମ୍ପର୍କରେ ସୂଚନା ଦିଆଯାଇଛି।ଶ୍ରଦ୍ଧାଳୁମାନେ ବ୍ୟାରିକେଡ ମଧ୍ୟରେ ଧାଡ଼ିରେ ଆସି ମା’ଙ୍କ ଦର୍ଶନ କରିବେ। ନଡ଼ିଆ ଓ ଅନ୍ୟାନ୍ୟ ଭୋଗ ପୂଜାକୁ ବାରଣ କରାଯାଇଛି।
ସେହିପରି ଦର୍ଶନ ପାଇଁ ଯାଇଥିବା ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଛି। ପ୍ରବେଶ ଓ ପ୍ରସ୍ଥାନ ପାଇଁ ସ୍ବତନ୍ତ୍ର ଦ୍ବାର କରାଯାଇଛି। ଏକାସାଙ୍ଗରେ ବେଢ଼ା ଭିତରକୁ ୨୫ରୁ ୩୦ଜଣ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ। ୧୦ ବର୍ଷରୁ କମ୍‌ ପିଲାଙ୍କୁ ଦର୍ଶନ ପାଇଁ ବାରଣ କରାଯାଇଛି। ସକାଳ ୮ଟାରୁ ୧୨ଟା ଏବଂ ଅପରାହ୍‌ଣ ୪ଟାରୁ ସନ୍ଧ୍ୟା ସାଢ଼େ ୬ଟା ମଧ୍ୟରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିପାରିବେ। ପ୍ରଥମ ଦିନ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ମା’ଙ୍କ ପ୍ରଥମ ପୂଜକ ଓ ସେବାୟତ ପରିବାରଙ୍କୁ ଦର୍ଶନ ପା‌ଇଁ ସୁଯୋଗ ଦିଆଯିବ।
ସେହିପରି ଅନ୍ନ ପ୍ରସାଦ ପ୍ରସ୍ତୁତି ଓ ବିକ୍ରିକୁ ବନ୍ଦ କରାଯାଇଛି। ମନ୍ଦିର ମଧ୍ୟରେ ଥିବା ସମସ୍ତ ଦୋକାନ ବନ୍ଦ ରଖିବାକୁ ନିର୍ଦେଶ ଦିଆଯାଇଛି। ଶ୍ରଦ୍ଧାଳୁମାନେ ଗାଡ଼ି ପୂଜା ପାଇଁ ୫ ନମ୍ବର ଗେଟ୍‌ ଦେଇ ଯିବେ ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.