ଲକଡାଉନ ସମୟରେ ଅନଲାଇନରେ ମିଳିବ ମଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । କିନ୍ତୁ ମଦୁଆମାନେ ଏହା ଶୁଣିବା ପରେ ମଦ ଦୋକାନ ଆଗରେ ଭିଡ ଜଣାଇଥିଲେ । କାହିଁନା କାଳେ ଲକଡାଉନରେ ମଦ ନମିଳିବ ନାହିଁ । କିନ୍ତୁ ଆଜି ସବୁ ଚିନ୍ତାର ଅନ୍ତଘଟିଛି । ସୁଗି ଓ ଜମାଟୋ ମାଧ୍ୟମରେ ଅନଲାଇନରେ ମଦ ପାଇ ପାରିବେ ଗ୍ରାହକ ବୋଲି ଅବକାରୀ ବିଭାଗ ଘୋଷଣା କରିଛି । ଏହି ଅନଲାଇନ କାରବାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ପୁରୀ ଓ ରାଉରକେଲାରେ ଡେଲିଭରୀ କରାଯିବ ବୋଲି କୁହାଯାଇଛି ।
ସୂଚନାଥାଉ କି, ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, ଯଦି ଅନଲାଇନ୍ ବ୍ୟବସାୟ ପାଇଁ ଅନୁମତି ମିଳେ, ତେବେ ୧ ହଜାର ଟଙ୍କା ଭିତରେ ମଦ କିଣିଲେ ୧ ଶହ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡିବ । ୧ ହଜାର ୧ ଟଙ୍କାରୁ ୧୫ ଶହ ଟଙ୍କା ଭିତରେ ମଦ କିଣିଲେ ୧୨୫ ଟଙ୍କା ଡେଲିଭରୀ ଚାର୍ଜ ପଡିବ । ସେହିଭଳି ୧୫ ଶହ ୧ ଟଙ୍କାରୁ ୨ ହଜାର ଟଙ୍କାରେ ମଦ କିଣିଲେ ୧୫୦ ଟଙ୍କା, ଦୁଇ ହଜାର ୧ ଟଙ୍କାରୁ ୨୫ ଶହ ଟଙ୍କାର ମଦରେ ୧୭୫ ଟଙ୍କା, ୩ ହଜାର ପାଇଁ ୨ ଶହ ଟଙ୍କା ଡେଲିଭାରୀ ଚାର୍ଜ ଦେବାକୁ ପଡିବ । ସେଇଭଳି ୩ ହାଜାର ୧ ଟଙ୍କାରୁ ୩୫ ଶହ ଟଙ୍କାରେ ମଦ କିଣିଲେ ୨୫୦ ଟଙ୍କା, ୩୫୦୧ ଟଙ୍କାରୁ ୪ ହାଜର ଟଙ୍କା ମଦରେ ୨୫୦ ଟଙ୍କା ଚାର୍ଜ, ୪ ହଜାର ୧ ଟଙ୍କାରୁ ୪ ହାଜର ୫ ଶହ ଟଙ୍କାରେ ମଦ କିଣିଲେ ୨୭୫ ଟଙ୍କା ଡେଲିଭରୀ ଚାର୍ଜ ଦେବାକୁ ପଡ଼ିବ । ୪,୫୦୧ ଟଙ୍କାରୁ ଅଧିକ ମଦ ପାଇଁ ୩ ଶହ ଟଙ୍କା ଡେଲିଭରୀ ଚାର୍ଜ ନେବେ ଜୋମାଟୋ ଓ ସ୍ୱିଗୀ । ଅନ୍ଲାଇନ୍ରେ ମଦ ବିକ୍ରି ଯୋଜନାକୁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଡାକ୍ତର ବିରୋଧ କରିଛନ୍ତି ।

Leave A Reply

Your email address will not be published.