ଆଜି ମହାଷଷ୍ଠୀ ପୂଜା; ମା’ଙ୍କୁ ସିଧାସଳଖ ଦର୍ଶନ କରିପାରିବେନି ଭକ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ଜଗତ ଜନନୀ ମା’ ଦୁର୍ଗାଙ୍କ ମହାଷଷ୍ଠୀ ପୂଜା । କୋଭିଡ କଟକଣା ଭିତରେ ରାଜ୍ୟର ବିଭିନ୍ନ ମଣ୍ଡପରେ ପୂଜା ପାଇବେ ଦୁର୍ଗତିନାଶିନୀ । ବିଧି ଅନୁଯାୟୀ ଷଷ୍ଠୀ ପୂଜା ପରେ ଆଜି ବେଲ ବରଣୀ ଏବଂ ପରେ ଚକ୍ଷୁଦାନ ଆଦି ନୀତିକାନ୍ତି ରହିଛି । ବିଧି ରକ୍ଷା ପାଇଁ ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ହୋଇଛି।
ହେଲେ କୋଭିଡ କଟକଣା ପାଇଁ ଭକ୍ତ ଏଥର ମା’ଙ୍କୁ ସିଧାସଳଖ ଦର୍ଶନ କରିପାରିବେ ନାହିଁ। ଅଧିକାଂଶ ମଣ୍ଡପର କର୍ମକର୍ତ୍ତା ସ୍ୱର୍ଣ୍ଣ-ଚାନ୍ଦି ଅଳଙ୍କାରରେ ଆଭୂଷଣ ନକରି ତା ସ୍ଥାନରେ ନକଲି ଅଳଙ୍କାର ଓ ରଂଗୀନ ଜରି ମେଢରେ କାମ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.