ସୋମବାର ଏଭଳି ଭୁଲ କଲେ ରାଗିଯାନ୍ତି ମହାଦେବ

ସୋମବାର ଦିନ ଶିବଙ୍କ ପ୍ରିୟ ଦିନ ଅଟେ, ଏହି ଦିନ ଲୋକମାନେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ୍ ପ୍ରକାର ପୂଜା ଅର୍ଚ୍ଚନା ମଧ୍ୟ କରିଥାନ୍ତି । ତେବେ ଶିବ ଭଗବାନଙ୍କୁ ଭୋଳାନାଥ ମଧ୍ଯ କୁହାଯାଏ କାହିଁକିନା ଭଗବାନ ଭୋଳାନାଥ ବହୁତ୍ ଶିଘ୍ର କେବଳ ମନ ଭାବନା ଥିଲେ ପ୍ରସନ୍ନ ହୋଇଥାନ୍ତି ତାଙ୍କୁ ଭକ୍ତ ଠାରୁ ନିଃସ୍ଵାର୍ଥ ଭକ୍ତି ଆବଶ୍ୟକ ହୋଇଥାଏ ଆଉ କିଛି ତାଙ୍କ ପାଇଁ ମୂଲ୍ୟବାନ ହୋଇନଥାଏ । ତେବେ ଭକ୍ତ ମନେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ୍ ପ୍ରକାର ଉପବାସ ଓ ବ୍ରତ ମଧ୍ୟ କରନ୍ତି ।
କେତେକ ଭକ୍ତ ସବୁ ସୋମବାର ଭଗବାନଙ୍କ ଲିଙ୍ଗ ଉପରେ ପାଣି ଢ଼ାଳିବା ପାଇଁ ଯାଇଥାନ୍ତି ଓ ମନ୍ଦିରରେ ଶିବଙ୍କ ଆରାଧନା ମଧ୍ୟ କରନ୍ତି । ତେବେ ବହୁତ୍ ଲୋକଙ୍କ କହିବା ଅନୁଯାଇ ତାଙ୍କୁ ମନ୍ଦିରରେ ଶାନ୍ତି ବାତାବରଣ ପ୍ରାପ୍ତ ହୋଇଥାଏ ଯାହା ତାଙ୍କୁ ସୁଖ ଦେଇଥାଏ ।
ତେବେ ଶାସ୍ତ୍ରରେ ମଧ୍ୟ ଶିବଙ୍କ ରାଗ ବା କ୍ରୋଧ ବିଷୟରେ ବହୁତ୍ କିଛି କୁହା ଯାଇଛି ତେବେ ଶିବଙ୍କ କ୍ରୋଧରୁ ଭଗବାନ ମାନେ ମଧ୍ୟ ବହୁତ୍ ଡରନ୍ତି ଓ କେହି ତାଙ୍କୁ କ୍ରୋଧିତ ହବାକୁ କାରଣ ଦବାକୁ ଚାହନ୍ତି ନାହିଁ । ତେବେ ଜାଣି ବା ଅଜାଣି ଏମିତି କିଛି କାମ କରନ୍ତୁ ନାହିଁ ଯାହା ଦ୍ୱାରା ପ୍ରଭୁ ପ୍ରସନ୍ନ ହବା ଜାଗାରେ ରାଗିବେ । ତେବେ ଆସନ୍ତୁ ବିସ୍ତାର ସହ ଜାଣିବା କେଉଁ କାମ କରିବା ଦ୍ୱାରା ଶିବ ଭଗବାନ କ୍ରୋଧିତ ହୁଅନ୍ତି ।
– ଯଦି ଆପଣ ସୋମବାର ଦିନ ମାଂସ ମଦ ଭଳି ଜିନିଷ ସେବନ କରନ୍ତି ତେବେ ଆପଣଙ୍କ ଘରେ କେବେ ବି ସୁଖ ଶାନ୍ତି ଆସିବ ନାହିଁ ଆପଣଙ୍କୁ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରହିବ ।
– ଯଦି କାହା ଘରେ ସୋମବାର ଦିନ ଝଗଡା ଲାଗିଥାଏ ଓ ସୋମବାର ଦିନ ସ୍ଵାମୀ ସ୍ତ୍ରୀ ଉପରେ ବା ସ୍ତ୍ରୀ ସ୍ଵାମୀ ସହ ଝଗଡା କରନ୍ତି ତେବେ ତାଙ୍କ ସବୁ ପୂଜା ପାଠ ବ୍ୟର୍ଥ ହୋଇଥାଏ । ଭଗବାନ ଶିବ ନିଜ ସ୍ତ୍ରୀଙ୍କୁ ବହୁତ୍ ଭଲ ପାଆନ୍ତି ଓ ତାଙ୍କ ଠାରୁ ଆରମ୍ଭ ହୋଇଥିଲା ସ୍ତ୍ରୀ ସ୍ୱାମୀର ଅର୍ଦ୍ଧାଙ୍ଗିନୀ ହୋଇଥାନ୍ତି ଏହାର ଅର୍ଥ ଅଧା ଅଙ୍ଗ ସହ ସମାନ ହୋଇଥାନ୍ତି ।
-ଯଦି ଆପଣଙ୍କ ଘରକୁ ଗାଈ କିମ୍ବା ଷଣ୍ଢ ଆସେ ତେବେ ଆପଣଙ୍କୁ ତାଙ୍କୁ କିଛି ଖାଇବାକୁ ଦବା ଉଚିତ୍ ଅଟେ । ଯଦି ଆପଣ ଗାଈ କିମ୍ବା ଷଣ୍ଢକୁ ଅପମାନ କରନ୍ତି ବା ନିଜ କ୍ଷମତା ଅନୁଯାଇ ଖାଇବାକୁ ଦିଅନ୍ତି ନାହିଁ ତେବେ ଆପଣଙ୍କୁ ବହୁତ୍ ସମସ୍ୟା ସାମ୍ନା କରିବାକୁ ପଡ଼ିଥାଏ ।