ଜଷ୍ଟିସ ଅମିତାଭ ହୋଇପାରନ୍ତି ଟ୍ରିବୁନାଲ ଅଧ୍ୟକ୍ଷ!

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ମହାନଦୀ ଟ୍ରିବୁନାଲ ଗଠନ ପାଇଁ ମାସେ ତଳେ କ୍ୟାବିନେଟ ନିଷ୍ପିତି ନେଇ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ।କେନ୍ଦ୍ର ଜଳ ସମ୍ପଦ ବିଭାଗ ସଚିବ ୟୁ ପି ସିଂ ସୂଚନା ଦେଇ କହିଛନ୍ତି ଯେ କ୍ୟାବିନେଟ ନିଷ୍ପତି ନେଵା ପରେ ସରକାର ଙ୍କ ତରଫରୁ ସୁପ୍ରିମକୋର୍ଟ ର ପ୍ରଧାନ ଵିଚାରପତି ଙ୍କୁ ଟ୍ରିବୁନାଲ ର ଚେୟାରମ୍ୟାନ ଏବଂ ସଦସ୍ୟ ମନୋନୟନ ପାଈଁ ଅନୁରୋଧ କରାଯାଇଛି।

ଗୁରୁବାର ରାଜଧାନୀ ଦିଲ୍ଲୀ ରେ ସୁପ୍ରିମକୋର୍ଟ ବାର ଆସୋସିଏସନ ର ଏକ ବିଦାୟକାଳୀନ ସଭାରେ ଆଟରିଂଜେନେରାଲ କେ .କେ ବେନୁଗୋପଲ ସୂଚନା ଦେଇ କହିଛନ୍ତି ଯେ ଅମିତାଭ ରାୟ ଦେଶର ଗୁରୁତ୍ୱପୂର୍ଣ୍ଣ ଟ୍ରିବୁନାଲ ର ପରିଚାଳନା କରିପାରନ୍ତି।। ଏହି ସୂଚନା କୁ ଆଧାର କରି ଆଇନଜୀବୀ ଙ୍କ ମହଲ ରେ ଅମିତାଭ ରାୟ ମହାନଦୀ କିମ୍ବା ଜାତୀୟ ଗ୍ରନି ଟ୍ରିବୁନାଲ ର ଅଧ୍ୟକ୍ଷ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

Leave A Reply

Your email address will not be published.