ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ମାମଲାରେ କଟକ ଗ୍ରାମାଞ୍ଚଳ ପୁଲିସ ୪ ଜଣ ଅଭିଯୁକ୍ତକୁ ଅଟକରଖିଛି। ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣ ଅଭିଯୁକ୍ତଙ୍କଙ୍କୁ ଅଜ୍ଞାତ ସ୍ଥାନରେ ରଖି ପୁଲିସ ପକ୍ଷରୁ ମାରାଥନ୍ ଜେରା କରାଯାଉଛି। ଏନେଇ କଟକ ଗ୍ରାମାଞ୍ଚଳ ପୁଲିସ ପକ୍ଷରୁ ଆଜି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ,ଗ୍ରାମାଞ୍ଚଳ ପୁଲିସ ଅଟକ ରଖିଥିବା ୪ ଅଭିଯୁକ୍ତଙ୍କର ସ୍ବର୍ଗତ କୁଳମଣି ବରାଳଙ୍କ ସହିତ ପୂର୍ବ ଶତ୍ରୁତା ରହିଥିଲା। ଘଟଣା ଦିନ ସେମାନେ କୁଳମଣିଙ୍କ ସହିତ ଯୁକ୍ତିତର୍କ କରିଥିଲେ ଏବଂ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଭିଆଇଥିଲେ। ସେମାନେ ଧାରୁଆ ଅସ୍ତ୍ର ସହିତ ପଥରରେ ଛେଚି କୁଳମଣିଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ କାଠଫାଳିଆ ଏବଂ ଅନ୍ୟାନ୍ୟ ସାମଗୀ ପଡ଼ିଥିବା ସୂଚନା ମିଳିଛି। ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳ ଛାଡ଼ି ଅଜ୍ଞାତବାସରେ ଆତ୍ମଗୋପନ କରିଥିଲେ। ବିଶେଷ ସୂତ୍ରରୁ ଖବର ପାଇଁ ପୁଲିସ ସେହି ଅଜ୍ଞାତସ୍ଥଳରେ ଚଢ଼ାଉ କରି ୪ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଥିବା ଜଣାପଡ଼ିଛି।
