ଅଜିତ ପାଓ୍ୱାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ

0

ଓଡିଶା ଫାଷ୍ଟ( ବ୍ୟୁରୋ) ମହାରାଷ୍ଟ୍ରରେ ଉଦ୍ଧବଙ୍କ କ୍ୟାବିନେଟର ବିସ୍ତାର ହୋଇଛି। ଏନସିପିର ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି କଂଗ୍ରେସ ନେତା ଅଶୋକ ଚୌହାନ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତିନି ଦଳରୁ 36 ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ । ଅନ୍ୟପକ୍ଷରେ ଶିବସେନାର ଅନେକ ବିଧାୟକଙ୍କୁ ମନ୍ତ୍ରୀ ପଦ ନମିଳିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୂତ୍ର ଅନୁସାରେ 36 ଜଣଙ୍କ ମଧ୍ୟରୁ ଶିବସେନାରୁ ମୁଖ୍ୟମନ୍ତ୍ରୀଖୁ ଛାଡି 16 ମନ୍ତ୍ରୀ ଭାବେ ଶପଥ ନେଉଥିବା ବେଳେ ଏନସିପି ପକ୍ଷରୁ 14 ଓ କଂଗ୍ରେସ ପକ୍ଷରୁ 12 ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । କ୍ୟାବିନେଟ ଲିଷ୍ଟରେ ନାମ ନଥିବାରୁ ଶିବସେନା ନେତା ଦିବାକର ରାଉତ, ରାମଦାଶ କଦମ, ଦୀପକ କେଶରକର, ରବୀନ୍ଦ୍ର ବାୟକର, ସୁନିତ ରାଉତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.