ମହାରାଷ୍ଟ୍ରରର ହସ୍ପିଟାଲରେ ଅଗ୍ନିକାଣ୍ଡ ; ୧୦ ଶିଶୁ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରାଷ୍ଟ୍ରର ଭଣ୍ଡାରାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଛି। ରାତି ପ୍ରାୟ ୨ଟା ସମୟରେ ଭଣ୍ଡାରା ଜିଲାରେ ଥିବା ହସ୍ପିଟାଲରେ ନିଆଁ ଲାଗିଯିବା ଫଳରେ ଶ୍ୱାସ ରୁଦ୍ଧ ହୋଇ ୧୦ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି। ଏହାସହ ୭ ଜଣ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ଶିଶୁମାନଙ୍କ ବୟସ ୧ ଦିନରୁ ୩ ମାସ ମଧ୍ୟରେ ବୋଲି ପ୍ରାର୍ଥକିକ ସୁଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡ଼ି ନାହିଁ। ହସ୍ପିଟାଲରେ ପ୍ରାୟ ୧୭ ଜଣ ଶିଶୁ ଥିଲେ ବୋଲି କୁହାଯାଉଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.