କରୋନା ଆକ୍ରାନ୍ତ ହେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦେଶରେ କରୋନା ତା’ର କାୟାକୁ ଅନାୟସରେ ବିସ୍ତାର କରିଚାଲିଛି। ଧନୀ ଠାରୁ ଆରମ୍ଭ କରି ଗରିବ, ରାଜନୈତିକ ବ୍ୟକ୍ତିତ୍ୱଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିକ, ଏହି ମହାମାରୀ ଭାଇରସ୍‌ର ପ୍ରକୋପରୁ କେହି ନିସ୍ତାର ପାଉନାହାଁନ୍ତି । ସବୁଠାରୁ ଜଟିଳ ସ୍ଥିତି ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଏଠାରେ କରୋନା ସଂକ୍ରମଣ ଇତିମଧ୍ୟରେ ୫୦ହଜାର ଟପିସାରିଛି । ରାଜ୍ୟର ଅନେକ ବଡ଼ବଡ଼ିଆ ଏହି ଭୟଙ୍କର ଭାଇରସ୍‌ରେ ଆକ୍ରାନ୍ତ ହେଉଥିବାର ସୂଚନା ମିଳୁଛି ।

କିଛିଦିନ ତଳେ ମହାରାଷ୍ଟ୍ରର ମନ୍ତ୍ରୀ ଜିତେନ୍ଦ୍ର ଆହ୍ଵାଡ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ଖବର ମିଳିବାରୁ ଦେଶର ବିଭିନ୍ନ ଗଣମାଧ୍ୟମଗୁଡ଼ିକର ଏହା ଏକ ପ୍ରମୁଖ ଖବର ପାଲଟିଥିଲା । କିଛିଦିନର ଅନ୍ତରାଳରେ ମହାରାଷ୍ଟ୍ରରେ ପୁଣି ଜଣ ବଡ଼ ରାଜନୈତିକ ନେତୃତ୍ୱ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେ ହେଉଛନ୍ତି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ୍‌ । ତାଙ୍କଠାର କରୋନା ଲକ୍ଷଣ ଦେଖାଯିବାରୁ ସ୍ୱାବ୍‌ ଟେଷ୍ଟ ପାଇଁ ପଠଯାଇଥିଲା ।

ତେବେ ରିପୋର୍ଟ ପଜିଟିଭ୍‌ ଆସିଥିବାରୁ ଅଶୋକ ଚୌହାନ୍‌ଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବା ସହିତ ଚିକତ୍ସା କରାଯାଉଛି । ଏ ଖବର ପ୍ରଚାରିତ ହେବାପରେ ସବୁ ମହଲରୁ ମହାରାଷ୍ଟ୍ରର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ସନ୍ଦେଶ ପ୍ରେରଣର ଧାରା ଜାରି ରହିଛି ।

Leave A Reply

Your email address will not be published.