(ଓଡ଼ିଶା ଫାଷ୍ଟ)ବ୍ୟୁରୋ: ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ଲାଗି ହଜାର ହଜାର ଭକ୍ତଙ୍କ ଭିଡ ଲାଗିରହିଛି। ସୁରକ୍ଷା କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ଆୟୋଜନ। ଆଜି ଭୋର ୩ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶ ନୀତି ହୋଇଛି। ଭୋର ୩ ଟା ୩୦ରୁ ଦିନ ୧୧ଟା ଯାଏ ସାହଣ ମେଲା ଅନୁଷ୍ଠିତ ହେବ। ରାତି ୧୦ଟାରେ ଉଠିବ ମହାଦୀପ। ଭକ୍ତଙ୍କ ସୁରକ୍ଷିତ ଦର୍ଶନ ଲାଗି ବାରିକେଡ ନିର୍ମାଣ ସହ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ଆଇନ ଶୃଙ୍ଖଳାରକ୍ଷା ଲାଗି ୨୨ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।
ପୁରୀ ଲୋକନାଥ ମନ୍ଦିରରେ ମହାଶିବରାତ୍ରୀ ଲାଗି ମଧ୍ୟ ବିଶେଷ ଆୟୋଜନ ହୋଇଛି। ଏଠାରେ ରାତି ୪ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ଫୋର୍ସ ମୁତୟନ ସହ ବ୍ୟାରିକେଡ ବ୍ୟବସ୍ଥା ହୋଇଛି।
ଭଦ୍ରକରେ ବାବା ଆଖଣ୍ଡଳମଣିଙ୍କ ପୀଠରେ ବି ଶିବରାତ୍ରୀ ପ୍ରସ୍ତୁତି ଚୂଡ଼ାନ୍ତ ହେବା ସହିତ ଯାତ୍ରୀଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖାଯାଇଛି।
ଆଠଗଡ ଧବଳେଶ୍ୱର ପୀଠରେ ଶହ ଶହ ଭକ୍ତ ଜାଗର ଜାଳିବେ। ଏଠାରେ ସାଢେ ୧୨ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି।