ପୁରୀରେ ବିଜେଡ଼ିକୁ ଟକ୍କର ଦେବେ ମହାଶ୍ୱେତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନାୟିକା ମହାଶ୍ୱେତା ରାୟ । “କାବେରୀ” ଠାରୁ ଆରମ୍ଭ କରି “କୁଳନନ୍ଦନ” ସିନେମାରେ ତାଙ୍କ ଯାଦୁ ଦେଖିବାକୁ ମିଳିଥିଲା ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ଫଳାଫଳ ପ୍ରଦର୍ଶନ କରିବାପରେ ବହୁ ସିନେ ଅଭିନେତ୍ରୀ ବିଜେପି ମୁଁହା ହୋଇଥିଲେ ସେହି କ୍ରମରେ ମହାଶ୍ୱେତା ମଧ୍ୟ ବିଜେପିରେ ଯୋଗ ଦେଇଥିଲେ ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପୁରୀ ଜିଲ୍ଲା ରୁ ୨ଟି ଆସନ ମହିଳାଙ୍କୁ ବିଜେଡି ଛାଡ଼ିଦେଵ ବୋଲି ଜଣାପଡିଛି । ପ୍ରଥମ ପସନ୍ଦରେ ପିପିଲି ଥିବାବେଳେ ଦ୍ୱିତୀୟଟି ହେଉଛି ପୁରୀ । ପିପିଲି ରୁ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ପାର୍ଥିନୀ କରାଯିବା ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ପୁରୀରୁ ମହିଳା ପ୍ରାର୍ଥୀ ଦିଆଗଲେ ରାଜସ୍ୱ ମନ୍ତ୍ରୀ ମହେଶ୍ୱରଙ୍କ ବୋହୁ ତଥା ସ୍ୱସ୍ତି ଗ୍ରୁପ ଅଫ ହୋଟେଲର ମାଲିକ ଜେ.କେ.ମହାନ୍ତିଙ୍କ ଝିଅକୁ ପ୍ରାର୍ଥୀ କରିବ । ତେଣୁ ବିଜେଡିର ଏହି ଚାଲର ମୁକାବିଲା କରିବାପାଇଁ ରାଜ୍ୟ ବିଜେପି ପୁରୀରୁ ମହାଶ୍ୱେତାଙ୍କୁ ପ୍ରାର୍ଥୀ କରିବ । ଯଦି ମହେଶ୍ୱରଙ୍କ ବହୁ ଓ ମହାଶ୍ୱେତାଙ୍କ ମଧ୍ୟରେ ଲଢେଇ ହୁଏ ତେବେ ମହାଶ୍ୱେତାଙ୍କ ବିଜୟ ସମ୍ଭାବନାକୁ ରୋକିବା ବିଜେଡି ପାଇଁ କଷ୍ଟକର ହୋଇପଡ଼ିବ । ତେଣୁ ପୁରୀ ରାଜନୀତି କେଉଁ ଦିଗକୁ ଗତି କରୁଛି ତାହା ଉପରେ ରାଜନୈତିକ ବିଶେଷଜ୍ଞଙ୍କ ନଜର ରହିବ ।

Leave A Reply

Your email address will not be published.