ପୁଣି ଜେଲ ଗଲେ ମହିମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି କୁଜଙ୍ଗ ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ମହିମା ମିଶ୍ର । ଏହାପରେ ମହିମାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ପାରାଦୀପ ସିୱେଜ୍ ସିପିଙ୍ଗ୍ ଓ ଲଜିଷ୍ଟିକ ପ୍ରାଇଭେଟ୍ ଲିମିଟେଡର ପରିଚାଳକ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ମହିମାଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟ ଖାରଜ କରିବା ପରେ ଆତ୍ମସମର୍ପଣ କରିଛନ୍ତି ମହିମା । ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟା ମାମଲାରେ ୧୦ଜଣଙ୍କ ନାଁରେ ଜଗତସିଂହପୁର ପୋଲିସ ଚାର୍ଜସିଟ୍ ଦାଖଲ କରିଥିଲା । ସେହି ୧୦ଜଣଙ୍କ ମଧ୍ୟରେ ଓଡିଶା ଷ୍ଟିଭେଡର୍ସ ଲିମିଟେଡର ଏମଡି ମହିମା ମିଶ୍ର ଓ ତାଙ୍କ କମ୍ପାନୀର ନିର୍ଦ୍ଦେଶକ ବସନ୍ତ ବଳ ମଧ୍ୟ ରହିିଛନ୍ତି ।

ସୂଚନା ଅନୁଯାୟୀ, ୨୦୧୬ ମସିହା ଅକ୍ଟୋବର ୨୬ ତାରଖରେ ପାରାଦୀପ ମଧୁବନ ଅଞ୍ଚଳର ଆମ୍ବେଦକର ଭବନ ନିକଟରେ ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ୨୦୧୬ ଡିସେମ୍ବର ମାସରେ ବ୍ୟାଙ୍କକକରୁ ମହିମାଙ୍କୁ ଗିରଫ କରିଥିଲା ପୋଲିସ । ଗତ ଜୁଲାଇ ୧୬ ତାରିଖରେ ମହିମା ଓଡିଶା ହାଇକୋର୍ଟରୁ ଜାମିନ ପାଇଥିଲେ । ଅସୁସ୍ଥତା ଦର୍ଶାଇ ଜାମିନ ଅବଧି ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ମହିମା ଆବେଦନ କରିଥିଲେ । ଯାହାକି ସୁପ୍ରିମକୋର୍ଟ ଖାରଜ କରିଦେଇଛି । ତେଣୁ ମହିମାଙ୍କୁ ପୁଣିଥରେ ଜେଲ ଯିବାକୁ ପଡିଛି ।

Sikshaya
Leave A Reply

Your email address will not be published.