ଖାଇକୁ ଖସିଲା ITBP ଯବାନଙ୍କ ବସ; ୬ ଯବାନ ସହିଦ; ଅନେକ ଆହତ, ଉଦ୍ଧାର କାର୍ଯ୍ୟ ଜାରି, ଦେଖନ୍ତୁ ଭିଡିଓ

ମଙ୍ଗଳବାର ଜାମ୍ମୁ କାଶ୍ମୀରର ଚନ୍ଦନୱାଡିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଅମରନାଥ ଯାତ୍ରା ଡ୍ୟୁଟିରେ ନିୟୋଜିତ ITBP ଯବାନଙ୍କୁ ନେଇ ଯାଉଥିବା ବସ୍ ଏକ ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଦୁର୍ଘଟଣାରେ ୬ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଅନେକ ଯବାନ ଆହତ ହୋଇଥିବାବେଳେ ସେମାନଙ୍କୁ ବିମାନ ଉଡ଼ାଣ କରାଯାଇ ଶ୍ରୀନଗର ଆର୍ମି ହସ୍ପିଟାଲକୁ ପଠାଯାଇଛି। ବର୍ତମାନ ଉଦ୍ଧାର କାର୍ଯ୍ୟ ରହିଛି।
#WATCH Bus carrying 37 ITBP personnel and two J&K Police personnel falls into riverbed in Pahalgam after its brakes reportedly failed, casualties feared#JammuAndKashmir pic.twitter.com/r66lQztfKu
— ANI (@ANI) August 16, 2022
ଖବର ଅନୁଯାଇ, ଆଇଟିବିପି ଯବାନମାନଙ୍କୁ ନେଇ ଯାଉଥିବା ବସ୍ ଚନ୍ଦନୱାଡିରୁ ପହଲଗାମକୁ ଯାଉଥିଲା। ରାସ୍ତାରେ ବସ୍ର ବ୍ରେକ୍ ଫେଲ ହେବା କାରଣରୁ ବସ୍ ଖାଇକୁ ପଡ଼ିଯାଇଥିଲା। ଏହି ବସ୍ ରେ ୩୯ ଜଣ ଯବାନ ଯାତ୍ରା କରୁଥିଲେ | ଏଥିମଧ୍ୟରୁ ୩୭ ଜଣ ଯବାନ ITBP ର ହୋଇଥିବାବେଳେ ୨ ଜଣ ଜାମ୍ମୁ କାଶ୍ମୀର ପୋଲିସର ଥିଲେ।