ପରାଜୟକୁ ଗ୍ରହଣ କରିପାରୁ ନାହାଁନ୍ତି ଦିଦି, ପୁନର୍ବାର ଗଣତି ପାଇଁ ଟିଏମସିର ଅପିଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ପଶ୍ଚିମବଙ୍ଗର ହାଇଭୋଲଟେଜ୍ ସିଟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ହୋଇଥିଲା କଡା ଟକ୍କର । ପ୍ରଥମେ ମମତା ବାନାର୍ଜୀ ବିଜୟୀ ହେବା ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ।

ଖବର ପ୍ରସାରିତ ହେବା ପରେ ନନ୍ଦିଗ୍ରାମରେ ଟିଏମସି କର୍ମୀ ଖୁସି ମନାଇବା ମଧ୍ୟ ଆରମ୍ଭ କରିଦେଇଥିଲେ । କିନ୍ତୁ ଘଣ୍ଟାକ ଭିତରେ ବଦଳିଯାଇଥିଲା ଫଳାଫଳ । ଓଲଟପାଲଟ ହୋଇଯାଇଥିଲା ସମସ୍ତ ଅଙ୍କ ।

ଦିଦି ହାରକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ପ୍ରକାଶ ପାଇଥିବା ଫଳାଫଳରେ ଅସନ୍ତୋଷ ଜାହିର କରିଛି ଟିଏମସି । ଘଟଣାକୁ ନେଇ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ସହ ଆଉ ଥରେ ଭୋଟ ଗଣତି କରିବା ପାଇଁ ଦାବି କରିଛି ଦଳ ।

Leave A Reply

Your email address will not be published.