ଚିଟ୍‌ଫଣ୍ଡ ସହ ସମ୍ପୃକ୍ତି ଥିଲେ ଯିବ ଜେଲ , ପ୍ରତ୍ୟେକ ଜିଲ୍ଲାରେ ହେବ ମେଡିକାଲ କଲେଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପି ଆଜି ତାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି ତା’ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଥିଲା । ଏହି ଇସ୍ତାହାରରେ ଓଡ଼ିଶା ପାଇଁ ୯ଟି ପ୍ରମୁଖ ସଂକଳ୍ପ ଘୋଷଣା କରାଯାଇଛି । ଯାହାର ନାଁ ‘ସଂକଳ୍ପ ପତ୍ର’ ରଖାଯାଇଛି ।

◆ ଚିଟ୍‌ଫଣ୍ଡ୍ ଠକେଇର ତଦନ୍ତ ଏସ୍‌ଆଇଟି ଦ୍ୱାରା କରାଯିବ । ଚିଟ୍‌ଫଣ୍ଡ୍ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବା ସହ ଚିଟ୍‌ଫଣ୍ଡ ସହ ସମ୍ପୃକ୍ତି ଥିଲେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ହେବ ।

◆ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ ।

◆ ସେହିପରି ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ମଧ୍ୟ ଲାଗୁ କରାଯିବ ।

◆ ବିଜେପି କ୍ଷମତାକୁ ଆସିଲେ ୩ ମାସ ମଧ୍ୟରେ ପେସା ଆଇନ ଲାଗୁ କରାଯିବ । ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯିବ ।

◆ ଚାଷୀମାନଙ୍କୁ ବିନା ସୁଧରେ ଋଣ ଦିଆଯିବ ।

◆ ଶିଳ୍ପ, ଉତ୍ତମ ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ୱ ଦେବା ସହ ଆଦିବାସୀଙ୍କୁ ଜମିପଟ୍ଟା ଦିଆଯିବ ।

◆୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ପାଣି ଓ ବିଜୁଳି ସହିତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି ।

◆ ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରାଯିବ ।
ରାଜ୍ୟରେ ଭ୍ରଷ୍ଟାଚାର ଓ ଗୁଣ୍ଡାଗର୍ଦ୍ଦିକୁ ଶେଷ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ବିଜେପି ।

◆ ରାଜ୍ୟର ସବୁ ଜିଲ୍ଲାରେ ମେଡିକାଲ୍‌ କଲେଜ ପ୍ରତିଷ୍ଠା କରାଯିବ ଏହା ସହିତ ୫ଟି ହାଇଟେକ୍ ମେଡିକାଲ ସେଣ୍ଟର ମଧ୍ୟ ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି ।

◆ ବର୍ଷରେ ୨୦ ଲକ୍ଷ ପିଲାଙ୍କୁ ସ୍କିଲ ଡେଭଲପମେଣ୍ଟ ବା ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବ ।

ଏହି କାର୍ଯ୍ୟକ୍ରମରେ ଅମିତ ଶାହା ମୁଖ୍ୟ ଅତିଥି ଘିବ୍ସବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା,ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ଗଠିତ ଇସ୍ତାହାର କମିଟି ତୃଣମୂଳସ୍ତରରେ ଲୋକଙ୍କ ମତାମତ ସଂଗ୍ରହ କରି ଏହି ‘ସଂକଳ୍ପ ପତ୍ର’ ପ୍ରସ୍ତୁତ କରିଛି।

Leave A Reply

Your email address will not be published.