ନିଖୋଜ ଡ଼ାକ୍ତରୀ ଛାତ୍ର ପାଇଁ ଲାଗିଲା ମାଓ ପୋଷ୍ଟର

0

 

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭୁବନେଶ୍ୱର ର ବରମୁଣ୍ଡା ବସଷ୍ଟାଣ୍ଡ ଓଭରବ୍ରିଜ ତଳେ ଆଜି ସକାଳୁ ସକାଳୁ ମାଓବାଦୀ ଙ୍କ ହାତଲେଖା ପୋଷ୍ଟର ଦେଖିବାକୁ ମିଳିଥିଲା। ସେମାନେ ଡାକ୍ତର ସୋହେଲ ଆଇଯାଦ କୁ ଅପହରଣ କରିଛନ୍ତି । ସୋହେଲ ଙ୍କ ବଦଳ ରେ ସବ୍ୟସାଚୀ ଙ୍କୁ ୭ଦିନ ମଧ୍ୟରେ ଛାଡ଼ିବାକୁ ଦାବି କରିଛନ୍ତି। ଦାବି ପୁରଣ ନହେଲେ ତା ୧୧.୩.୨୦୧୮ ରିଖ ରେ ପୋଲିସ ଷ୍ଟେସନ ଓ ରେଳ ଷ୍ଟେସନ ରେ ଭୟା ଭୟ ବିସ୍ପୋରଣ ହେବ ବୋଲି ଧମକ ମଧ୍ୟ ଦେଇଛନ୍ତି।

ଏହି ପୋଷ୍ଟର ରେ ସିପିଆଇ (ମାଓବାଦୀ) ଓଡ଼ିଶା ରାଜ୍ୟ କମିଟି ଲଖାହୋଇଛି। ପୋଷ୍ଟର କୁ ଖଣ୍ଡଗିରି ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି।ସୋହେଲ କୁ ଖୋଜିବାକୁ ଯାଇଥିବା ପୋଲିସର ୩ଜଣିଆ ଟିମ କଲିକତା ରୁ ଶୂନ୍ୟ ହାତରେ ଫେରିବା ପରେ ତଦନ୍ତ ଶିଥିଳ ପଡିଥିଲା। ଆଜି ର ଏ ହାତଲେଖା ପୋଷ୍ଟେର ଟି ପୋଲିସ ର ମୁଣ୍ଡ ବିନ୍ଧା ର କାରଣ ପାଲଟିଛି।

ପୋଷ୍ଟର ଟି ମାଓବାଦୀ ଙ୍କ ଦ୍ଵାରା ମରାଯାଇଛି ନା ନାହିଁ ତାହା ସ୍ପଷ୍ଟ ଜଣାପଡୁନାହିଁ। ହେଲେ ପୋଷ୍ଟେର ଟି ପୋଲିସ କୁ ପରିହାସ କରି ଲଗାଇଥିବା ମଧ୍ୟ ଚର୍ଚ୍ଚା ହେଉଛି।ଡିସିପି ସତ୍ୟବ୍ରତ ଭୋଇ ପ୍ରତିକ୍ରିୟା ରେ କହିଛନ୍ତି ଏହା ର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି।

ଭୁବନେଶ୍ୱର AIIMS ର ଦିତୀୟ ବର୍ଷ ର ଡ଼ାକ୍ତରୀ ଛାତ୍ର ସୋହେଲ ଆଇଯାଦ ଭୁବନେଶ୍ୱର AIIMS ରୁ ପଂଜାବର ଜଣେ ବନ୍ଧୁ ଙ୍କ ବିବାହ ଉତ୍ସବ ରେ ଯୋଗ ଦେବାକୁ ଯାଇ ନିଖୋଜ ହୋଇଯାଇଛନ୍ତି। ଖବର ରୁ ଯାହା ଜଣାପଡିଛି ସୋହେଲ ଜମୁକାଶ୍ମୀର ରାଜ୍ୟ ର ଆତଙ୍କବାଦୀ ପ୍ରବଣ ଜିଲ୍ଲା କୂପୱାଡା ର ବାସିନ୍ଦା ।

ସେ ଭୁବନେଶ୍ୱର ଏମ୍ସର ୨ୟ ବର୍ଷର ଡାକ୍ତରୀ ଛାତ୍ର।ସେ ଗତ ଫେବୃଆରୀ ନଅ ତାରିଖ ରୁ ଏମ୍ସ ରୁ ପରମିଶନ ନେଇ ଅମୃତସର ରେ ଜଣେ ବନ୍ଧୁ ଙ୍କ ଭୋଜି କୁ ଯାଇ ଥିଲେ।ଏବଂ ୧୬ ତାରିଖ ରେ ଫେରିବେ ବୋଲି ଜଣାଇ ଥିଲେ।କିନ୍ତୁ ହଠାତ ଭୁବନେଶ୍ୱର ରୁ ୯ ତାରିଖ ରାତିରେ ଯାଇ ସକାଳୁ ହାଉଡା ରେ ପହଁଚିବା ପରେ ତାଙ୍କ ମୋବାଇଲ ସୁଇଚି ଅପ ହୋଇ ଯାଇଥିଲା। ତାଙ୍କ ଫୋନ କିଛି ଦିନ ବନ୍ଦ ହେବାରୁ ତାଙ୍କ ବାପା ଭୁବନେଶ୍ୱର ଏମ୍ସ ସହିତ ଯୋଗାଯୋଗ କରିଥିଲେ।ତା ପରଠୁ ସୋହେଲ ନିଖୋଜ ହେବା ଘଟଣା ଜଣାପଡିଥିଲା।ତା ପରେ ତାଙ୍କ ବାପା ଭୁବନେଶ୍ୱର ରେ ପହଞ୍ଚି ଖଣ୍ଡଗିରି ଥାନା ରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ କୁ ଭିତ୍ତି କରି ଏକ ମିସିଂ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରୀ ରଖିଛି।ପ୍ରାଥମିକ ତଦନ୍ତ ରୁ ପୋଲିସ ସୋହେଲ ର ରୁମ ସର୍ଚ୍ଚ କରି ଏକ ନୋଟ ପେଡ ଜବତ କରିଥିଲା।

ଯେଉଁ ଥିରେ ସେ ନିଜର ପରୀକ୍ଷା ଫଳାଫଳ ଏବଂ ପାଠ ପଢା କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ
“I quit “ବୋଲି ଲେଖିଛନ୍ତି। ସୋହେଲ ଙ୍କ ବାପା ଭାଇ ଭୁବନେଶ୍ବର ଡ଼ିସିପି ଙ୍କୁ ଭେଟି ପୁଅ କୁ ଖୋଜି ଦେବା ପାଇଁ ଅନୁରୋଧ କରିଛନ୍ତି।କମିଶନରେଟ ପୋଲିସ ମଧ୍ୟ ନିଖୋଜ ଘଟଣାଟିକୁ ଗୁରୁତର ସହ ନେଇଛନ୍ତି।କାରଣ କୁପୱାଡା ଜିଲ୍ଲା ପାକିସ୍ତାନ କୁ ଲାଗିଥିବା ଏକ ଆତଙ୍କବାଦୀ ପ୍ରବଣ ଜିଲ୍ଲା।ସୋହେଲ ଙ୍କ ନିଖୋଜ ପଛରେ ଯେ ଆତଙ୍କବାଦୀ ସଂପର୍କ ନଥିବା ଏକଥା ମଧ୍ୟ ଏଡାଇ ଦିଆ ଯାଇ ନପାରେ।କମିଶନରେଟ ପୋଲିସ ହାୱଡା ପୋଲିସ ସହିତ ଯୋଗାଯୋଗ ରେ ଅଛନ୍ତି

 

Sikshaya
Leave A Reply

Your email address will not be published.