ମାଓ ବର୍ବରତା : ପୋଲିସ ଇନ୍‌ଫର୍ମର ସନ୍ଦେହରେ ଗଳାକାଟି ହତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱାଭିମାନ ଅଞ୍ଚଳରେ ପୁଣି ମାଓ ବର୍ବରତା। ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। ଯୋଡ଼ାଆମ୍ବ ପଞ୍ଚାୟତର ଖଜୁରୀଗୁଡା ଗ୍ରାମର ଜଣକ ଗଳାକାଟି ହତ୍ୟା କରାଯାଇଥିବା ସୂଚନା ମଳିଛି। ତେବେ ପୋଲିସ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଅନୁଯାୟୀ, ମଙ୍ଗଳବାର ରାତିରେ କିଛି ସଶସ୍ତ୍ର ମାଓବାଦୀ ଖଜୁରୀଗୁଡା ଗ୍ରାମ ନିକଟରେ ପହଞ୍ଚିଥିଲେ। ସେଠାରେ ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରିଥିଲେ। ଏହାସହ ଆଉ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ତେବେ ମୃତ ବ୍ୟକ୍ତି ଜଣ ବିଭନ୍ନ ସମୟରେ ପୋଲିସ ସହଯୋଗ କରୁଥିବାରୁ ତାଙ୍କୁ ପୋଲିସ୍‌ ଇନ୍‌ଫର୍ମର ବୋଲି ଭାବି ମାଓବାଦୀମାନେ ହତ୍ୟା କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.