ମାଓବାଦୀ ମୁକାବିଲାରେ ରାଜ୍ୟ ସରକାର ସଫଳ, ପ୍ରଶଂସା କଲା କେନ୍ଦ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ସରକାର ମାଓବାଦୀ ମୁକାବିଲାରେ ସଫଳ ହୋଇଛନ୍ତି । କେନ୍ଦ୍ର ସରକାର ଏଥିପାଇଁ ରାଜ୍ୟ ସରକାର ଏବଂ ଗୃହ ବିଭାଗକୁ ପ୍ରଶଂସା କରିଛନ୍ତି । ସେହିପରି  ମାଓବାଦୀପ୍ରବଣ ଅଞ୍ଚଳଗୁଡିକରେ ଭିତ୍ତିଭୂମି ବିକାଶ ଏବଂ ଉନ୍ନୟନମୂଳକ କାର୍ଯ୍ୟକୁ ମଧ୍ୟ କେନ୍ଦ୍ର ପ୍ରଶଂସା କରିଛି । ୨୦୧୮ରେ ୧୭ ମାଓବାଦୀଙ୍କୁ ଏନ୍‌କାଉଣ୍ଟର ଜରିଆରେ ହତ୍ୟା କରାଯାଇଥିଲା । ୨୦୧୭ରେ ମାତ୍ର ୬ଜଣଙ୍କୁ ଏନ୍‌କାଉଣ୍ଟର କରାଯାଇଥିବା ଜଣାପଡିଛି । ୨୦୧୭ ଅପେକ୍ଷା ୨୦୧୮ରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି । 

ସେହିପରି ଆକ୍ରମଣଜନିତ ମୃତ୍ୟୁସଂଖ୍ୟା ୨୯ରୁ ୧୨କୁ ହ୍ରାସ ପାଇଛି । ୨୦୧୮ରେ ମାଓବାଦୀ ଆକ୍ରମଣରେ ୧୧ଜଣ ସାଧାରଣ ଜନତାଙ୍କ ପ୍ରାଣହାନି ହୋଇଛି । ଯାହା ପୂର୍ବବର୍ଷ ତୁଳନାରେ ପ୍ରାୟ ୫୦ ପ୍ରତିଶତ କମ୍‌ । ଏହି ସଫଳତା ହାସଲ ପାଇଁ ଅପରେଶନ ଗ୍ରେହାଉଣ୍ଡ, ଓଡ଼ିଶା ଏବଂ ଛତିଶଗଡ ପୋଲିସର ମିଳିତ ଉଦ୍ୟମକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ରାଜ୍ୟରେ ମାଓବାଦୀ ଆକ୍ରମଣ ଓ ତଜ୍ଜନିତ କ୍ଷୟକ୍ଷତି ହ୍ରାସ କରିବା ପାଇଁ ଚେଷ୍ଟା କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । 

Leave A Reply

Your email address will not be published.