ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପୋଲିଂ ସୁପରଭାଇଜରଙ୍କୁ ହତ୍ୟାକଲେ ମାଓବାଦୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ଆଜି ମାଓବାଦୀ ଘଟାଇଛନ୍ତି ହତ୍ୟାକାଣ୍ଡ । ନିର୍ବାଚନକୁ ଦୃଷ୍ଟିରେ ରଖି ନକ୍ସଲ ଅଧିକୃତ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସତ୍ତ୍ୱେ ପୁଲିସକୁ ଖୋଲାଖିଲି ଚ୍ୟାଲେଞ୍ଜ କରିଛନ୍ତି ମାଓବାଦୀ । ମାଓବାଦୀଙ୍କ ଗୁଳିରେ ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ପୋଲିଂ ଡ୍ୟୁଟିରେ ମୁତୟନଥିବା କର୍ମଚାରୀ ମାନେ ଏକ ଗାଡ଼ିରେ ଫୁଲବାଣୀର ବାନ୍ଦାପଡାରେ ଜଙ୍ଗଲ ରାସ୍ତା ଦେଇ ପୋଲିଂ ବୁଥକୁ ଯିବା ସମୟରେ ତାଙ୍କ ଗାଡି ସାମ୍ନା ରେ ଲାଣ୍ଡ ଲାଇନ ବିସ୍ପୋରଣ ହାଇଥିଲା । ଏହାକୁ ଦେଖି ଗାଡିଚାଳକ ଗାଡିକୁ ପଛକୁ ଆଣିବାକୁ ଉଦ୍ୟମ କରିବା ସମୟରେ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀ ଅତର୍କିତ ଭାବେ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଗୁଳି ଆସି ‘ଗ୍ରାମ ରୋଜଗାର’ ସେବିକା ସଂଯୁକ୍ତା ଦିଗଲଙ୍କ ମୁଣ୍ଡରେ ବାଜିଥିଲା ଫଳରେ ଘଟଣା ସ୍ଥଳରେ ହିଁ ସଂଯୁକ୍ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଅନ୍ୟ କର୍ମଚାରୀ ମାନେ ସୁରକ୍ଷିତ ଭାବେ ସେସ୍ଥାନରୁ ଚାଲିଆସିଥିଲେ । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କମ୍ୱିଂ ଅପରେଶନ୍‌କୁ ଜୋରଦାର କରାଯାଇଛି।

Leave A Reply

Your email address will not be published.