ମାରାଥନ ଜେରା ପରେ ସତ ମାନିଲେ ଆକାଶ, କେବଳ ରୁବାବ ପାଇଁ ଏଭଳି ଜାଲିଆତି କରୁଥିଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାରାଥନ ଜେରାର କୋପ ସମ୍ଭାଳି ପାରିଲେ ନାହିଁ ଆକାଶ । ଶେଷରେ ସତ ମାନିଲେ । ଘନ ଘନ ଜେରାରେ ଏସଆଇଟି ଆଗରେ ସତ ମାନିଛନ୍ତି ଆଇଏଫଏସ ଅଭୟ ପାଠକଙ୍କ ପୁଅ ଆକାଶ ପାଠକ । ସେ ଟାଟା କମ୍ପାନୀରେ ଚାକିରି କରୁନଥିଲେ । କେବଳ ରୁବାବ ପାଇଁ ଏପରି ଖୋଳପା ପିନ୍ଧିଥିଲେ ଆକାଶ । ଭିଜିଲାନ୍‌ସ ଏସଆଇଟିର ମାରାଥନ ଜେରା ସମୟରେ ଏହା ସେ ସ୍ୱୀକାର କରିଥିବା ଜଣାପଡ଼ିଛି । ତିନି ଦିନିଆ ରିମାଣ୍ଡରେ ଥିବା ଆକାଶ ଲୋକଙ୍କ ଆଗରେ ନିଜର ଷ୍ଟାଟସ ଦେଖାଇବାକୁ ଏଭଳି ଜାଲିଆତି କରିଥିବା ମାନିଛନ୍ତି । କମ୍ପାନୀ ଚାକିରି କରାଇଦେବାର ପ୍ରଲୋଭନ ଦେଇ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ମଧ୍ୟ ସ୍ୱୀକାର କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.