ପିତାମାତାଙ୍କ ଚାକିରି ଦାବି କରି ପାରିବେ ବିବାହିତା ଝିଅ: କର୍ଣ୍ଣାଟକ ହାଇକୋର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନୁକମ୍ପା କ୍ଷେତ୍ରରେ ପିତାମାତାଙ୍କ ଚାକିରି ଉପରେ ବିବାହିତା ଝିଅଙ୍କର ଦାବି ଅଛି ବୋଲି କର୍ଣ୍ଣାଟକ ହାଇକୋର୍ଟ ରାୟ ଦେଇଛନ୍ତି। ବେଙ୍ଗାଲୁରୁବାସିନୀ ଭୁବନେଶ୍ୱରୀ ଭି ପୁରଣିକ ନାମ୍ନା ଜଣେ ଆବେଦନକାରିଣୀଙ୍କ ପିଟିସନ୍‌ର ଶୁଣାଣି କରି ହାଇକୋର୍ଟ ଏ କଥା କହିଛନ୍ତି। ସରକାରଙ୍କର କୌଣସି ବିଭାଗରେ ଚାକିରି ନିମନ୍ତେ ଭୁବନେଶ୍ୱରୀ କରିଥିବା ଆବେଦନକୁ ବିଚାରକୁ ନେବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଭୁବନେଶ୍ୱରୀ ବିବାହିତା ହୋଇଥିବା କାରଣରୁ କ୍ଷତିପୂରଣ ବା ଅନୁକମ୍ପା ଆଧାରରେ ସେ ଚାକିରି ନିମନ୍ତେ କରିଥିବା ଆବେଦନକୁ ରାଜ୍ୟ ସରକାର ଅଗ୍ରାହ୍ୟ କରି ଦେଇଥିଲେ।

ବେଲାଗାବି ଜିଲ୍ଲାର କୁଡୁଚିସ୍ଥିତ ‘ଏଗ୍ରିକଲ୍‌ଚର୍‌ ପ୍ରଡ୍ୟୁସ୍‌ ମାର୍କେଟିଙ୍ଗ୍‌ କମିଟି’ରେ ଜଣେ ସଚିବ ଭାବେ କାର୍ଯ୍ୟରତ ଥିବାବେଳେ ୨୦୧୬ରେ ଆବେଦନକାରିଣୀଙ୍କ ବାପା ଅଶୋକ ଆଡ଼ିବେପ୍ପା ମାଡ଼ିବାଲାର୍‌ଙ୍କର ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଭିତ୍ତିରେ ଚାକିରି ପାଇଁ ଝିଅ ଭୁବନେଶ୍ୱରୀ କରିଥିବା ଆବେଦନକୁ ‘କୃଷି ବିପଣନ ବିଭାଗ’ର ଯୁଗ୍ମ ନିର୍ଦେଶକ (ପ୍ରାଶାସନିକ) ଅଗ୍ରାହ୍ୟ କରି ଦେଇଥିଲେ। ଭୁବନେଶ୍ୱରୀଙ୍କ ଭାଇ ଘରୋଇ କମ୍ପାନିରେ ଚାକିରି କରୁଛନ୍ତି ଏବଂ ସେ ସରକାରୀ ଚାକିରି ନିମନ୍ତେ ଅନାଗ୍ରହୀ।ଏହାକୁ ବୈଷମ୍ୟତା ଦର୍ଶାଇ ଭୁବନେଶ୍ୱରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

bjd
Sikshaya
ruchi

Leave A Reply

Your email address will not be published.