ଝିଅମାନଙ୍କ ନୂଆ ବିବାହ ବୟସ ସ୍ଥିର କରିବେ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସରକାର ଝିଅ ମାନଙ୍କ ବିବାହର ସର୍ବନିମ୍ନ ବୟସ ସ୍ଥିର କରିପାରନ୍ତି । ଭାରତରେ ଝିଅମାନଙ୍କ ବିବାହ ବୟସ ଆଇନଗତ ଭାବରେ ୧୮ ଏବଂ ପୁଅମାନଙ୍କର ୨୧ ରହିଛି।। ଝିଅ ମାନଙ୍କ ବିବାହ ବୟସ ୧୮/୨୧ କରିବା ପାଇଁ ୬ବର୍ଷ ତଳେ ମାଡ୍ରାସ ହାଇକୋର୍ଟ ଏଥିପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ। ତେବେ ଗତ ସ୍ୱାଧିନତା ଦିବସ ଭାଷଣରେ ସରକାର ଏ ସମ୍ପର୍କରେ ନିଷ୍ପତି ନେବାପାଇଁ ଏକ କମିଟି ଗଠନ କରିଥିବା କଥା କହିଥିଲେ ପ୍ରଧାନମନ୍ତ୍ରୀ। ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଖାଦ୍ୟ ଓ କୃଷି ସଙ୍ଗଠନର ୭୫ତମ ବର୍ଷ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶୁକ୍ରବାର ଦିନ ପ୍ରକାଶ କରିଛନ୍ତି।

Sikhsya
Barta

Leave A Reply

Your email address will not be published.