କାର ଚଲାଇବା ବେଳେ ମାସ୍କ ପିନ୍ଧିବା ଜରୁରୀ କି ନାହିିଁ ଗାଇଡଲାଇନ ଜାରିକଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ କରୋନା ଭାଇରସ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ରସରକାର। ତେବେ କାର ଚଳାଇବାବେଳେ ମାସ୍କ ପିନ୍ଧିବା ଜରୁରୀ କି ନାହିଁ ସେନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ପ୍ରଥମଥର ଗାଇଡଲାଇନ ଜାରି କରିଛନ୍ତି। ଗାଇଡଲାଇନରେ ସ୍ୱାସ୍ଥ୍ୟମନ୍ତ୍ରାଳୟ ଯଦି କେହି ଏକା କାର ଚାଳନା କରୁଥାନ୍ତି ତାଙ୍କ ଲାଗି ମାସ୍କ ପିନ୍ଧିବା ବା ନ ପିନ୍ଧିବାରେ କୌଣସି ଫରକ ପଡେନି ବୋଲି ଉଲ୍ଲେଖ କରାଯାଇଛି। ଯଦି କାରରେ ଡ୍ରାଇଭର ବ୍ୟତୀତ ଅଧିକଲୋକେ ଥାନ୍ତି ତେବେ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛନ୍ତି।
କାରଣ ସଂକ୍ରମିତ କାସିଲେ କିମ୍ବା ଚିଙ୍କିଲେ ଭୂତାଣୁ କଣିକା ବାୟୁରେ ଭାସି ବୁଲିଥାଏ। ଏହା ସଂସ୍ପର୍ଶରେ ଯେତେଜଣ ଆସିବେ ସମସ୍ତେ ସଂକ୍ରମିତ ହେବାର ସମ୍ଭାବନା ବୋଲି ମନ୍ତ୍ରାଳୟ କହିଛନ୍ତି। ସେହିପରି ଶାରୀରିକ ବ୍ୟାୟାମ ବେଳେ ମଧ୍ୟ ମାସ୍କକୁ ନେଇ ଗାଇଡଲାଇନରେ ବିଶେଷ ସତର୍କତା ରହିଛି। ଏଥିରେ କେହି ଏକା ସାଇକ୍ଲିଂ ଅଥବା ବ୍ୟାୟାମ କରୁଛନ୍ତି ତେବେ ତାଙ୍କୁ ମାସ୍କ ଲଗାଇବାର କୌଣସି ଆବଶ୍ୟକତା ନାହିଁ। ତେବେ ଯଦି ଗୋଷ୍ଠୀରେ ଏକ୍ସରସାଇଜ କରାଯାଉଥାଏ ତେବେ ମାସ୍କ ଜରୁରୀ।

Leave A Reply

Your email address will not be published.