ମଙ୍ଗୁ ମଠ ଭଙ୍ଗାଯିବା ପ୍ରତିବାଦରେ ରାଜଧାନୀରେ ଶୋଭାଯାତ୍ରା

0

ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବାକୁ ନେଇ ଜୋରଦାର ବିରୋଧ କରାଯାଉଛି। ଗତକାଲି ପୁରୀରେ ଶିଖ୍ ସମାଜ ପକ୍ଷରୁ ବିରୋଧ କରାଯିବା ପରେ ଆଜି ଭୁବନେଶ୍ୱରରେ ବିଶାଳ ପ୍ରତିବାଦ ଶୋଭାଯାତ୍ରା ହୋଇଛି । ଏଥିରେ ପଞ୍ଜାବର ୨ ଜଣ ବିଧାୟକ ସମରଜିତ ସିଂହ ଓ ବଲଓ୍ୱନ୍ତ ସିଂହ ସାମିଲ ହୋଇଛନ୍ତି।ଖାରବେଳ ନଗରରୁ ମାଷ୍ଟରକ୍ୟାଣ୍ଟିନ ଯାଏ ହୋଇଥିବା ଶୋଭାଯାତ୍ରାରେ ଯୋଗଦେଇ ପଞ୍ଜାବ ଦୁଇ ବିଧାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ମଠ ମନ୍ଦିର ନ ଭାଙ୍ଗି କିପରି ସୌନ୍ଦର୍ଯ୍ୟକରଣ ହୋଇପାରୁଛି, ମୁଖ୍ୟମନ୍ତ୍ରୀ ପଞ୍ଜାବ ଯାଇ ଦେଖନ୍ତୁ ବୋଲି ଏହି ଦୁଇ ବିଧାୟକ କହିଛନ୍ତି। ଏହାଛଡ଼ା ଦୁହେଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ଚାହିଁଥିଲେ ବି ସୁଯୋଗ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ମଙ୍ଗୁ ମଠ ନେଇ ପଦକ୍ଷେପ ନନିଅନ୍ତି, ତା’ହେଲେ ପଞ୍ଜାବରୁ ଲକ୍ଷ ଲକ୍ଷ ଶିଖ୍ ଆସି ଆନ୍ଦୋଳନ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.