କେରଳର ମାତୃଭୂମି ନିଉଜ ଏଡିଟର ଏବଂ ତାଙ୍କ ସ୍ତ୍ରୀ ଙ୍କୁ ଡକାୟତଙ୍କ ନୃଶଂସତାର ସହ ଅତ୍ୟାଚାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେରଳର କଂନୁର ଡିଭିଜନର ମାତୃଭୂମି ନିଉଜ ଏଡିଟରଙ୍କ ଘରେ ଗୁରୁବାର ରାତିରେ ବଡଧରଣର ଡକାୟତି ହୋଇଛି । ଏଥିରେ ନିଉଜ ଏଡିଟର ବିନୋଦ ଚନ୍ଦ୍ରନ ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧.୩୦ ବେଳେ ୪ଜଣ ଡକାୟତ ଥାଜ଼ହେ ଚୋଭଆ ଅଞ୍ଚଳରେ ରହୁଥିବା କେରଳର କଂନୁର ଡିଭିଜନର ମାତୃଭୂମି ନିଉଜ ଏଡିଟରଙ୍କ ଘରର ମୁଖ୍ୟ କବାଟ ତାଡି ଘରକୁ ପଶିଥିଲେ । କବାଟ ଭାଙ୍ଗିବା ଶବ୍ଦରେ ବିନୋଦ ଚନ୍ଦ୍ରନ ଓ ତାଙ୍କ ସ୍ତ୍ରୀ ଙ୍କର ନିଦ ଭାଙ୍ଗିଯାଇଥିଲା । ସେମାନେ ନିଜ ରୁମରୁ ବାହାରକୁ ଆସି ଡକାୟତ ଙ୍କ ହାବୁଡ଼ରେ ପଡିଯାଇଥିଲେ । ଡକାୟତ ମନେ ତାଙ୍କୁ ଓ ତାଙ୍କ ସ୍ତ୍ରୀ ସରିଥା ଙ୍କ ଆଖି ଓ ପାଟିକୁ ବାନ୍ଧି ପକାଇଥିଲେ । ଏହାପରେ ସେମାନଙ୍କ ସହ ନୃଶଂସତାର ସହ ଅତ୍ୟାଚାର କରିଥିଲେ । ଡକାୟତ ମନେ ତାଙ୍କ ଘରେ ପ୍ରାୟ ଏକ ଘଣ୍ଟା ସମୟ ବିତାଇଥିଲେ ଓ ବିନୋଦଙ୍କ ଘରୁ ୩୫,୦୦୦ ଟଙ୍କା,୨୫ ଟି ରାଜକୀୟ ସୁନା ଅଳଙ୍କାର ସହ ତାଙ୍କ ଲାପଟପ, ଫୋନ ଓ ଏଟିଏମ କାର୍ଡ ଗୁଡିକ ମଧ୍ୟ ଚୋରି କରିନେଇଛନ୍ତି ।

ଡକାୟତମାନେ ଯିବାପରେ ବହୁତ କଷ୍ଟରେ ବିନୋଦ ନିଜ ହାତର ଗଣ୍ଠି ଖୋଲି ପୋଲିସ କୁ ଘଟଣା ସମ୍ୱନ୍ଧରେ ଜଣାଇଥିଲେ । ବିନୋଦ କହିଥିଲେ ଯଦି ତାଙ୍କ ହାତର ଗଣ୍ଠି ସେ ଖୋଲି ପରିନଥାନ୍ତେ ତେବେ ତାଙ୍କର ଓ ତାଙ୍କ ସ୍ତ୍ରୀଙ୍କର ସୁନିଶ୍ଚିତ ମୃତ୍ୟୁ ହୋଇଥାନ୍ତା । ବିନୋଦ ଙ୍କ କହିବା ମୁତାବକ ଏହି ଡକାୟତ କେରଳ ବାହାରୁ ଆସିଛନ୍ତି । କାରଣ ସେମାନେ ଇଂରାଜୀ ଓ ହିନ୍ଦୀ ରେ କଥାବାର୍ତ୍ତା ହେଉଥିଲେ ।

ଟିଏନଏମ, କଂନୁର ସିଟି ସର୍କଲ ଇନ୍ସପେକ୍ଟର ପ୍ରଦୀପନ କନ୍ନିପ୍ପୋଇଲ କହିଛନ୍ତି କି ଏହି ଘଟଣା କାଲି ରାତି ୧.୩୦ ରୁ ୩.୩୦ ମଧ୍ୟରେ ଘଟିଯାଇଛି । ପୋଲିସ ସେଠାରେ ପହଞ୍ଚି ବିନୋଦ ଏବଂ ତାଙ୍କ ସ୍ତ୍ରୀ ସରିଥାଙ୍କୁ ଉଦ୍ଧାର କରି ଏକେଜି ମେମୋରିଆଲ ହସ୍ପିଟାଲ ରେ ଭର୍ତ୍ତି କରିଥିଲା । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁ ରେ ଭର୍ତ୍ତି କରାଯାଇଛି । ବିନୋଦ ଏବଂ ତାଙ୍କ ସ୍ତ୍ରୀ ଙ୍କ ବେକ ଓ ମୁହଁରେ ଗଭୀର କ୍ଷତ ହୋଇଛି ।

ପୋଲିସ ସନ୍ଧାନୀ କୁକୁର ଓ ଫିଙ୍ଗର ପ୍ରିଣ୍ଟ ଏକ୍ସପେର୍ଟ ଙ୍କ ସାହାଯ୍ୟରେ ଡକାୟତ ମାନଙ୍କୁ ଖୋଜିବାକୁ ଚେଷ୍ଟା ଚଳାଇଛି ।

Sikshaya
Leave A Reply

Your email address will not be published.