ଆଜିଠୁ ମାଟ୍ରିକ ଖାତା ଦେଖା ଆରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି । ରାଜ୍ୟର ୬୦ଟି କେନ୍ଦ୍ରରେ ଖାତା ଦେଖା ହେଉଥିବା ବେଳେ ଏଥିପାଇଁ ୬୩ଜଣ କ୍ୟାମ୍ପ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ଖାତା ଦେଖା ପ୍ରକ୍ରିୟାରେ ମୋଟ ୧୬,୦୩୦ ଜଣ ଶିକ୍ଷକ ‌ସାମିଲ ହୋଇଛନ୍ତି । ବହୁ ବିଭ୍ରାଟରେ ମାଟ୍ରିକ ପରୀକ୍ଷା ଶେଷ ହୋଇଥିଲା ବେଳେ ଖାତା ଦେଖା ତ୍ରୁଟି ଶୂନ୍ୟ ଓ ସ୍ବଚ୍ଛ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉତ୍ତର ଖାତା ରହିଥିବା ଷ୍ଟ୍ରଙ୍ଗ ରୁମ ସମେତ ଖାତା ଦେଖା ଚାଲିଥିବା ସମସ୍ତ କେନ୍ଦ୍ରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଖାତା ଦେଖା ପ୍ରକ୍ରିୟା ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.