ଫେବ୍ରୁଆରି ୧୯ରୁ ମାଟ୍ରିକ ପରୀକ୍ଷା

0

ଆଗାମୀ ଫେବ୍ରୁଆରି୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାଯାଇଛି। ଏ ନେଇ ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଫେବ୍ରୁଆରି ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୨ ତାରିଖ ଯାଏଁ ଚାଲିବ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଫେବ୍ରୁଆରି ୧୯ ତାରିଖରେ ପ୍ରଥମ ଭାଷା, ୨୨ ତାରିଖରେ ଦ୍ବିତୀୟ ଭାଷା , ୨୪ ତାରିଖରେ ତୃତୀୟ ଭାଷା, ୨୬ ତାରିଖରେ ଗଣିତ ପରୀକ୍ଷା ହେବ | ଠିକ୍ ସେହିପରି ୨୮ ତାରିଖରେ ସାଧାରଣ ବିଜ୍ଞାନ ଓ ମାର୍ଚ ୧ ତାରିଖରେ ପ୍ରାକ୍ଟିକାଲ ପରୀକ୍ଷା ହେବ | ମାର୍ଚ ୨ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ନୂତନ ଢାଞ୍ଚ‌ାରେ ମାଟ୍ରିକ୍ ପରୀକ୍ଷା କରାଯାଉ ଥିବାରୁ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରାଯିବାକୁ ବୋର୍ଡ ପକ୍ଷରୁ ଯଥା ସମ୍ଭବ ସତର୍କତା ପାଇଁ ନକ୍‌ସା ତିଆରି ହୋଇଥିବା ଜଣାଯାଇଛି।

Leave A Reply

Your email address will not be published.