କଂଗ୍ରେସ ରେ ଯୋଗ ଦେବେ ମିଲି ପଣ୍ଡା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମିଲି ପଣ୍ଡା ଏ ନାଁ ଟା ଆପଣଙ୍କୁ ଅଚିହ୍ନା ଲାଗୁନଥିବ। ଇଏ ହେଉଛନ୍ତି ସେଇ ମିଲି ପଣ୍ଡା ମାଓବାଦୀ କ୍ୟାଡର ନେତା ସବ୍ୟସାଚୀ ପଣ୍ଡା ଙ୍କ ଧର୍ମପତ୍ନୀ। କିଛି ବର୍ଷତଳେ ରଣପୁର ରେ ନିର୍ବାଚନ ଲଢ଼ିଥିଲେ ସୌମ୍ୟରଞ୍ଜନ ଙ୍କ ପାଟି ‘ଆମ ଓଡିଶାରୁ’ । ତାଙ୍କୁ ଟିକେଟ ଦିଆଯାଇଥିଲା କିଛି ଅଳ୍ପ ଭୋଟ ମଧ୍ୟ ପାଇଥିଲେ। ଶୁଣିବାକୁ ମିଳୁଛି ଆସନ୍ତା ବୁଧବାର ସେ କଂଗ୍ରେସ ରେ ଯୋଗଦେଉଛନ୍ତି। ଯଦି ସେ କଂଗ୍ରେସ ରେ ଯୋଗ ଦେଉଛନ୍ତି ତେବେ ତାଙ୍କୁ ଟିକେଟ ଲୋଭ ଦେଖା ଯାଇଥିବ ।

କିନ୍ତୁ ଏଠି ପ୍ରଶ୍ନ ଉଠେ ସବ୍ୟସାଚୀ ପଣ୍ଡା ଯେକି ଜଣେ ମାଓବାଦୀ ଥିଲେ ତାଙ୍କ ନାଁ ରେ କେସ ଅଛି ନୟାଗଡ଼ ଅସ୍ତ୍ରାଗାର ଲୁଟି, ପୋଲସ ବିରୋଧୀ। ତାଙ୍କୁ ଦଳ କୁ ଆଣି କଂଗ୍ରେସ ତାର ସୁନାମ ବଢେବ ନା କମେଇବା । ନା କେଉଁ ଚାପରେ ନିରଞ୍ଜନ ତାକୁ ଆଣିଛନ୍ତି? ନା ସୌମ୍ୟରଞ୍ଜନ ଙ୍କ ସମ୍ମତି ରହିଛି ସେଥିରେ ଯେଉଁଥିପାଇଁ ନିରଞ୍ଜନ ତାଙ୍କୁ ଆଣିବାକୁ ବାଧ୍ଯ ହେଉଛନ୍ତି। ମିଲି ଙ୍କ ଯୋଗଦାନ କୁ ନେଇ କଂଗ୍ରେସର ଅନେକ ବରିଷ୍ଠ ନେତା ଅସନ୍ତୁଷ୍ଟ ଥିବା ଜଣାପଡ଼ିଥିବା ବେଳେ ରାଜନୈତିକ ମହଲରେ ଏହାକୁ ନେଇ ସମାଲୋଚନା ଜୋର ଧରିବାରେ ଲାଗିଛି।

Leave A Reply

Your email address will not be published.