କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ : କୃଷିମନ୍ତ୍ରୀ ଅରୁଣ ସାହୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ଅମ୍ଫାନ୍‌ ଓଡ଼ିଶା ଉପକୂଳ ଅଞ୍ଚଳରେ ଆଖିଦୃଶିଆ କ୍ଷୟକ୍ଷତି କରିନଥିଲେ ମଧ୍ୟ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାମାନଙ୍କରେ ପ୍ରଭାବ ପକାଇଛି । ଏହାକୁ ନଜରରେ ରଖି କୃଷିମନ୍ତ୍ରୀ ଅରୁଣ ସାହୁ ଉତ୍ତର ଓଡ଼ିଶାର ଚାଷୀଭାଇମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଆଗେଇ ଆସିଛନ୍ତି ।
କେଉଁ ଜିଲ୍ଲାରେ କାହାର କେତେ କ୍ଷତି ହୋଇଛି ତାହାର ଏକ ବିସ୍ତୃତ ରିପୋର୍ଟ ଏସ୍‌ଆର୍‌ସିଙ୍କ ମାଧ୍ୟମରେ ପାଇସାରିଲା ପରେ କୃଷି ବିଭାଗ ଏହାର ପୁଙ୍ଖାନୁପୁଙ୍ଖ ତର୍ଜମା କରିବ । ଏହାପରେ ଚାଷୀଭାଇମାନଙ୍କର ହୋଇଥିବା କ୍ଷୟକ୍ଷତିକୁ ଆକଳନ କରାଯାଇ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।
ଏହାସହିତ ଶ୍ରୀ ସାହୁ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ସବୁବେଳେ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ବିଷୟରେ ଚିନ୍ତା କରୁଛନ୍ତି । ଚାଷୀମାନଙ୍କ ଯେଭଳି କିଛି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ସେମାନଙ୍କୁ ଯେପରି ଅତି ଶୀଘ୍ର କ୍ଷତି ପୂରଣ ଯୋଗାଇ ଦିଆଯାଇପାରିବ ସେଭଳି ବ୍ୟବସ୍ଥା କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

Leave A Reply

Your email address will not be published.