୨୩୦ ଭୂମିହୀନଙ୍କୁ ଭୂମି ପ୍ରମାଣପତ୍ର ପ୍ରଦାନ କରି ମନ୍ତ୍ରୀ ଅରୁଣ ସାହୁ ପ୍ରମାଣିତ କରିଛନ୍ତି ତାଙ୍କ ପାଇଁ ବଡ ତାଙ୍କ ନୟାଗଡ଼

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୋ ପାଇଁ ବଡ ମୋ ନୟାଗଡ଼ । ଏଭଳି କିଛି ପ୍ରମାଣ କରିଛନ୍ତି ମନ୍ତ୍ରୀ ଅରୁଣ ସାହୁ । ଓଡ଼ିଶା ସରକାରଙ୍କ ଐତିହାସିକ ଜାଗା ମିଶନରେ ଆଜି ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ସହରାଞ୍ଚଳର ୨୩୦ ବସ୍ତି ବାସିନ୍ଦା ତଥା ଭୂମିହୀନଙ୍କୁ ଭୂମି ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଜାଗା ମିଶନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ ।

ସେହିପରି ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ଡ. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ପୌରାଞ୍ଚଳ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ତତ୍ତ୍ଵାବଧନରେ ଆୟୋଜିତ ହୋଇଥିବା ବେଳେ ପୌର କର୍ମଚାରୀମାନେ ତାଙ୍କୁ ସହଯୋଗ କରିଥିଲେ।

Leave A Reply

Your email address will not be published.