ପ୍ଲାଜମା ଦାତାଙ୍କୁ ଉତ୍ସାହିତ କଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅନୁଗୋଳ ଜିଲ୍ଲାର ପ୍ଲାଜମା ଥେରାପିର ଦାୟିତ୍ଵରେ ଥିବା ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରତ୍ୟକ୍ଷ ତତ୍ତ୍ଵାବଧନରେ କୋଭିଡ ପଜେଟିଭରୁ ସୁସ୍ଥ ହୋଇଥିବା ଚାରିଜଣ ବ୍ୟକ୍ତି ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ପ୍ଲାଜମା ବ୍ୟାଙ୍କ ଠାରେ ପ୍ଲାଜମା ଦାନ କରିବାପାଇଁ ପହଞ୍ଚାଇଥିଲେ ।

ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସେଠାରେ ଉପସ୍ଥିତ ରହି ପ୍ଲାଜମା ଦାତାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀଧର ସାହୁ, ବ୍ଲଡ ବ୍ୟାଙ୍କ ଡାକ୍ତର ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.