ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ନନେବାକୁ ନିର୍ଦ୍ଦେଶ ଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପି ଚାଲିଛି । ଏହି ଭୟଙ୍କର ଭାଇରସ୍‌ର ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ କାର୍ଯ୍ୟଗୁଡ଼ିକରେ ମଧ୍ୟ ଯଥାସମ୍ଭବ ସତର୍କତା ଅବଲମ୍ୱନ କରିବାକୁ ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ନିର୍ଦ୍ଦେଶନାମା ଜାରି କରାଯାଉଛି । ଏହି କ୍ରମରେ ଏଣିକି ରାସନ ସାମଗ୍ରୀ ନେବା ବେଳେ ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ ଏନେଇ ଟ୍ୱିଟ୍‌ କରିଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଫିଙ୍ଗର ପ୍ରିଣ୍ଟ ନନେବାକୁ ଏହି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଶ୍ରୀ ସ୍ୱାଇଁ । ଏଣୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାସନ ସାମଗ୍ରୀ ଯୋଗାଣ କେନ୍ଦ୍ରମାନଙ୍କରେ ଥିବା ଫିଙ୍ଗର ପ୍ରିଣ୍ଟ ସ୍କାନର ଓ ଆଇଆରଆଇଏସ ମେସିନକୁ ବନ୍ଦ କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.