ମନ୍ତ୍ରୀମାନେ ଦେବେ ପରୀକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ମେ’ ୨୧ରେ ନବୀନ ସରକାରଙ୍କ ଚତୁର୍ଥ ପାଳିର ଚାରି ବର୍ଷ ପୂରଣ ହେବାକୁ ଯାଉଛି । ୨୦୧୯ରେ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଠାତ ଚେଇଁ ଉଠିଛନ୍ତି। ଆସନ୍ତା ୮ ରୁ ୧୭ ତାରିଖ ପର୍ଯ୍ୟନ୍ତ ଜଣ ଜଣ କରି ସବୁ ମନ୍ତ୍ରୀଙ୍କୁ ଦେବାକୁ ହେବ ଅଗ୍ନି ପରୀକ୍ଷା। ଏହି ପରୀକ୍ଷା ନେବେ ଖୋଦ ମୁଖ୍ୟମନ୍ତ୍ରୀ ଏବଂ ସବୁ ବିଭାଗର ମନ୍ତ୍ରୀମାନେ ଦେଵ ହିସାବ। ପୂର୍ତ୍ତ ଓ ଜଳସମ୍ପଦ ବିଭାଗର ହିସାବ ଦେଵ କିଏ ଏବଂ ନେବ କିଏ ? ୨ମାସ ତଳେ ହୋଇଥିବା ନୂଆ ମନ୍ତ୍ରୀ ନା ନିଜପାଖରେ ଏହି ଦୁଇ ବିଭାଗକୁ ଦୀର୍ଘଦିନ ଧରି ଜାବୁଡି ରଖିଥିବା ମୁଖ୍ୟମନ୍ତ୍ରୀ ,ଏନେଇ ଉଠିଛି ପ୍ରଶ୍ନ।

ବିଶେଷକରି ୨୦୧୪ ନିର୍ବାଚନ ବେଳେ ଯେଉଁ ସବୁ ପ୍ରତିଶ୍ରୁତି ଦେଇ ବିଜେଡ଼ି କ୍ଷମତାକୁ ଆସିଥିଲା , ତତ୍ ମଧ୍ୟରୁ ସମ୍ପୃକ୍ତ ବିଭାଗ ତରଫରୁ ଦିଆଯାଇଥିବା ପ୍ରତିଶ୍ରୁତି କେତେ ପ୍ରତିଶତ ପୂରଣ କରିଛନ୍ତି ଓ ସରକାରୀ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚିଛି ତାହାର ତର୍ଜମା କରିବେ ମୁଖ୍ୟମନ୍ତ୍ରୀ ।

ନିଜ ବିଭାଗ କେତେ ସଫଳତା ପାଇଛି, ଆଉ କେତେ କାମ ବାକି ରହିଛି ସେ ନେଇ ନବୀନଙ୍କୁ ଅବଗତ କରାଇବେ ମନ୍ତ୍ରୀ । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଆଗରେ ବଖାଣିବେ ନିଜ ବିଭାଗର ୩ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ।ଏହି ସଫଳତା ଆଧାରରେ ୨୦୧୯ର ସାଧାରଣ ନିର୍ବାଚନକୁ ସାମ୍ନା କରିବ ବିଜେଡି ।

Leave A Reply

Your email address will not be published.