ଖେଳୁଥିଲେ ବ୍ୟାଟେରୀ; ଫାଟିଯିବାରୁ ୩ ନାବାଳକ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଏକ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ପାଇ ୩ ନାବାଳକ ତାହାକୁ ଖେଳୁଥିଲେ । ଏହି ସମୟରେ ଉକ୍ତ ବ୍ୟାଟେରୀ ଫାଟିଯିବାରୁ ସେମାନେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି । ତେବେ ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ସୋମପୁର ଗାଁରେ।ଆଜି ସକାଳ ପ୍ରାୟ ୮ଟାରେ ପିଲାମାନେ ଏକ ପରିତ୍ୟକ୍ତ ସ୍ଥାନରୁ ବ୍ୟାଟେରୀ ପାଇ ଖେଳୁଥିବା ବେଳେ ଏହି ଅଘଟଣ ଘଟିଥିଲା। ପରିବାର ଲୋକେ ସଙ୍ଗେସଙ୍ଗେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତ ୩ ନାବାଳକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଗୁରୁତର ୩ ନାବାଳକଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହେବ

Leave A Reply

Your email address will not be published.