ଛାତ୍ରୀ ନିବାସ ମାଲିକଙ୍କ ଛାତ୍ରୀଙ୍କୁ ଅସଦାଚରଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛାତ୍ରୀ ନିବାସ ମାଲିକଙ୍କ ଛାତ୍ରୀଙ୍କୁ ଅସଦାଚରଣ । ଏଭଳି ଏକ ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି । ଏନେଇ ଛାତ୍ରୀଙ୍କ ବାପା ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ଗୌରପଡ଼ାରେ ଥିବା ଏକ ଛାତ୍ରୀ ନିବାସରେ ଛାତ୍ରୀଙ୍କୁ ମାଲିକର ଅସଦାଚରଣ ସମୟର ଭିଡ଼ିଓ ନିଜେ ଛାତ୍ରୀ ଜଣକ ସୁଟ କରିଥିଲେ । ମାତ୍ର ଏହି ଭିଡ଼ିଓଟି ପରେ ଭାଇରଲ ହୋଇଥିଲା । ଏହି ଭାଇରଲ ଭିଡ଼ିଓଟିକୁ ଏହି ଅଭିଯୁକ୍ତ ମାନେ ବିଭିନ୍ନ ସୋସିଆଲ ମିଡ଼ିଆ ସାଇଡରେ ଅପଲୋଡ କରିଥିବା ଅଭିଯୋଗରେ ପୋଲିସ ରବିନାରାୟଣ ଛତର, ବିମ୍ବାଧର ମଲ୍ଲିକ, ସୁବୋଧ ମେହେର ଓ ଜଗନ୍ନାଥ ଛତର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହି ଘଟଣା ପରେ ବରଗଡ଼ ଆଇଆଇସି ବିଭୂତି ଭୂଷଣ ଭୋଇ କହିଛନ୍ତି,“ମୋବାଇଲ ଏବଂ କମ୍ପ୍ୟୁଟରରେ ଅପଲୋଡ କରୁଥିବା ବ୍ୟକ୍ତିଙ୍କୁ ଖୋଜା ଖୋଜି ଚାଲିଥିବା ବେଳେ ଏକ ଟିମ୍ ସରଭର ଯାଞ୍ଚ କରୁଛନ୍ତି ।”

Leave A Reply

Your email address will not be published.