ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କୁ ଦୁର୍ବ୍ୟବହାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଶ୍ରୀମନ୍ଦିର ଭିତରେ ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ଗତ ମାର୍ଚ୍ଚ ୧୮ ତାରିଖରେ ଓଡ଼ିଶା ଗସ୍ତରେ ଆସି ଜଗନ୍ନାଥ ଦର୍ଶନ ପାଇଁ ଯାଇଥିବା ବେଳେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପତ୍ନୀ ସବିତା କୋବିନ୍ଦଙ୍କୁ ଅସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଏ ନେଇ ରାଷ୍ଟ୍ରପତି ଭବନରୁ ଏକ ଅଭିଯୋଗପତ୍ର ଆସିଛି। ଶ୍ରୀମନ୍ଦିର ଗର୍ଭଗୃହ ବାହାରେ ତାଙ୍କୁ ତିନି ଜଣ ସେବକ ଅସମ୍ମାନ କରିଥିବା ନେଇ ରାଷ୍ଟ୍ରପତି ଭବନରୁ ଗୁରୁତର ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଭାରତର ଫାଷ୍ଟ ଲେଡିଙ୍କୁ ଏଭଳି ବ୍ୟବହାର ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ମିଳିଥିବା ସୂଚନା ମୁତାବକ, ଗତ ମାର୍ଚ୍ଚ ମାସରେ ଏହି ଅଭିଯୋଗ ପତ୍ର ଆସିଥିଲା। ଏପ୍ରିଲ ୪ରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପ୍ରଥମ କରି ଏହି ଚିଠି ସମ୍ପର୍କରେ କମିଟିକୁ ଅବଗତ କରାଯାଇଥିଲା। ଏନେଇ ପରିଚାଳନା କମିଟି ବୈଠକରେ ଆଲୋଚନା ମଧ୍ୟ ହୋଇଥିଲା। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

ତେବେ ଏଠି ପ୍ରଶ୍ନ ଉଠେ ଯେ ଯଦି ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କୁ ଦୁର୍ବ୍ୟବହାର କରାଗଲା ତେବେ ସେହି ସମୟରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। ଦୀର୍ଘଦିନ ପରେ ଏ ସମ୍ପର୍କରେ ଆଲୋଚନା କାହିଁକି ଆରମ୍ଭ ହେଉଛି? ଏହି ଘଟଣାରେ ଭୁଲ ପ୍ରକୃତରେ ସେବାୟତଙ୍କର ନା ଶ୍ରୀମନ୍ଦିର ପ୍ରଶାସନର ନା ଜିଲ୍ଲା ପ୍ରଶାସନର? ବୋଲି
ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.