ମହିଳା ଖବରଦାତାଙ୍କୁ ଅନୁଭବଙ୍କ ଦୁର୍ବ୍ୟବହାର, ନବୀନ ନିବାସ ଆଗରେ ଧାରଣାରେ ବସିଲେ ମହିଳା, ଉଠାଇ ନେଲା ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ନାମରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିବା ମହିଳା ଖବରଦାତା ଆଜି ନବୀନ ନିବାସ ଆଗରେ ଧାରଣାରେ ବସିଥିଲେ । ମହିଳା ଜଣଙ୍କ ହେଲେ କଟକର ସସ୍ମିତା ଆଚାର୍ଯ୍ୟ । ଆଜି ସସ୍ମିତା ନବୀନ ନିବାସ ସମ୍ମୁଖ ରାସ୍ତାରେ ନ୍ୟାୟପାଇଁ ଧାରଣାରେ ବସିଥିଲେ । ତେବେ ସେଠାରୁ ପୋଲିସ ତାଙ୍କୁ ଉଠାଇ ନେଇଛି ।

ସୂଚନାଯୋଗ୍ୟ, ଅନୁଭବ ଏବଂ ତାଙ୍କ ସାନଭାଇ ଅନୁପ୍ରାସ ଜଣେ ମହିଳା ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଗତ ଶୁକ୍ରବାର ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା(ନଂ.୧୧୩/୧୯) ରୁଜୁ କରିଛି । ଅନୁପ୍ରାସ ସମ୍ପୃକ୍ତା ମହିଳାଙ୍କୁ ସବୁବେଳେ ରାସ୍ତାରେ କମେଣ୍ଟ ମାରୁଥିବା ନେଇ ସେ ଅନୁଭବଙ୍କୁ ଜଣାଇବାକୁ ଗତ ୧୨ ତାରିଖରେ ତାଙ୍କ ଘରକୁ ଯାଇଥିଲେ । ସେଠାରେ ତାଙ୍କୁ ଅନୁଭବ ତାଙ୍କ ସ୍ତ୍ରୀ ବର୍ଷା ଦୁର୍ବ୍ୟବହାର କରିଥିଲେ । ଏପରିକି ଅନୁଭବ ତାଙ୍କ ଉପରକୁ ଛେପ ପକାଇ ଥିଲେ ବୋଲି ସସ୍ମିତା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ତେବେ ଘଟଣାର ତଦନ୍ତ ପାଇଁ ପୋଲିସ ଅନୁଭବଙ୍କ ଘର ପାଖ ପଡୋଶୀଙ୍କୁ ପଚରାଉଚରା କରିଥିଲା । ହେଲେ ଅନୁଭବଙ୍କ ଘରେ ଲାଗିଥିବା ସିସିଟିଭି ଖରାପ ହୋଇଯାଇଛି ବୋଲି ପୁରୀଘାଟ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ କହିଥିଲେ । ତେବେ ନ୍ୟାୟ ଆଶାରେ ସସ୍ମିତା ଆଜି ନବୀନ ନିବାସ ଆଗରେ ଧାରଣାରେ ବସିଥିଲେ ।

Leave A Reply

Your email address will not be published.