ସରକାରଙ୍କ ଆଳୁ ମିଶନ ଫେଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶାରେ ବର୍ତମାନ ଆଳୁ କିଲୋ ଦଶ,ବାର ଟଙ୍କାରୁ ବୃଦ୍ଧି ପାଇ କିଛି ମାସ ମଧ୍ୟରେ ଚାଳିଶି ଟଙ୍କାରୁ ଆହୁରି ଅଧିକ ହେବ ବୋଲି ଓଡିଶା ସରକାରଙ୍କ ଯୋଗାଣ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆଗୁଆ ସତର୍କ କରାଇଦେଇଛନ୍ତି। ଯୋଗାଣ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ଚଳିତ ବର୍ଷ ଆଳୁ ଫସଲ ଦେଶରେ ବହୁତ ଖରାପ ହୋଇଛି।ସେଥିପାଇଁ ଆଳୁ ଦର ବଢ଼ିବାର ସମ୍ଭାବନା ଅଛି। ତେଣୁ ଏହାକୁ ମୁକାବିଲା ପାଇଁ ତିରିଶ କୋଟି ଟଙ୍କାରେ ନାଫେଡ ମାଧ୍ୟମରେ ଆଳୁ କିଣାଯିବ।

ଆଳୁ ପିଆଜ ସଙ୍କଟ ବେଳେ ହୋଲସେଲର ମାନେ କେତେ ପରିମାଣର ଜିନିଷ ମହଜୁଦ ରଖିପାରିବେ , ସେଥିପାଇଁ ସରକାର ଏକ ଗାଇଡ଼ ଲାଇନ ପ୍ରସ୍ତୁତ କରିଛନ୍ତି।ନିୟମ ଅନୁସାରେ କଟକ ହୋଲସେଲର ମାନେ ୫୦୦ କ୍ୱିଣ୍ଟାଲ ଏବଂ ଭୁବନେଶ୍ୱର ,ସମ୍ବଲପୁର,ରାଉରକେଲା, ବ୍ରହ୍ମପୁର ର ହୋଲସେଲର ମାନେ ୩୦୦ କ୍ୱିଣ୍ଟାଲ ଓ ଛୋଟ ସହର ର ବ୍ୟବସାୟୀ ମାନେ ୧୫୦ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଆଳୁ ମହଜୁଦ ରଖିପାରିବେ ବୋଲି ଜଣାପଡିଛି।

ଏହି ସୂଚନା ଫଳରେ ସରକାର ନିଜଉପରୁ ଦୋଷ ଛଡାଇଲା ଭଲି ଲାଗୁଛି।ଠିକ ଏହି କିଛି ବର୍ଷ ଆଗରୁ ଆଳୁ ର ଅଭାବ ଆମ ରାଜ୍ୟ ରେ ଦେଖା ଦେଇଥିଲା। ତାକୁ ମୁକାବିଲା କରିବାକୁ ଯାଇ ସରକାର ପଟାଟୋ ମିସନ ଆରମ୍ଭ କରିଥିଲେ।କିନ୍ତୁ ଆଜିର ଏହି ସୂଚନା ଫଳରେ ରାଜ୍ୟ ସରକାରଙ୍କ ର ପଟାଟୋ ମିଶନ କେତେ ସଫଳ ହୋଇଛି ତାହା ଅନୁମେୟ।

Leave A Reply

Your email address will not be published.