ବିଧାୟକ ସୁଶାନ୍ତ ରାଉତ ହେଲେ ଭୁବନେଶ୍ୱର ଜିଲ୍ଲା ସଭାପତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅପେକ୍ଷାର ଅନ୍ତ ଘଟିଲା । ଛଟିଲା ଦ୍ଵନ୍ଦର କଳା ବାଦଲ । ଘୋଷଣା ହେଲା ବିଜୁ ଜନତା ଦଳ (ବିଜେଡି)ର ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ ନାଁ । ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଦଳ ଜିଲ୍ଲା ସଭାପତି ଭାବେ ଚୟନ କରାଯାଇଛି । ସେହିପରି ଲିଟୁ ଓରଫ ବିରଞ୍ଚି ନାରାୟଣ ମହାସୁପକାରଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ମନୋନିତ କରାଯାଇଛି । ଦଳ ପକ୍ଷରୁ ଦୁଇ ଜଣଙ୍କ ନାଁ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।

ଅନେକ ଦିନ ହେଲା ବିଜୁ ଜନତା ଦଳ ନିଜକୁ ତୃଣମୂଳ ସ୍ତରରୁ ସଜାଡ଼ିବା ପାଇଁ ଏବଂ ଦଳକୁ ଅଧିକ ମଜଭୁତ କରିବାକୁ ଦଳରେ ସଂଗଠନିକ ଚୟନ ଓ ଦାୟିତ୍ୱ ବଣ୍ଟନ ପ୍ରକ୍ରିୟା ଚାଲୁ ରହିଥିଲା । ଭୁବନେଶ୍ୱର ଜିଲ୍ଲା ସଭାପତି ଥିବା ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଦଳର ସାଧାରଣ ସଂପାଦକ ପଦବୀ ମିଳିବା ପରେ କାହାକୁ ଜିଲ୍ଲା ସଭାପତି କରାଯିବ ସେନେଇ ଦଳରେ ଅଙ୍କ ଚିଣ୍ଡୁ ନଥିଲା । ଏହି ପଦପାଇଁ ଅନେକ ଦାବେଦାର ଥିଲେ । ସେମାନଙ୍କ ମଧ୍ୟରେ ଭୁବନେଶ୍ୱର ପୂର୍ବତନ ଜିଲ୍ଲା ସଭାପତି ଅମରେଶ ଜେନା(ବାଇଁଆ) ଏବଂ ବିଧାୟକ ଅନନ୍ତ ନାରାୟଣଙ୍କ ଅନ୍ତରଙ୍ଗ ଲିଟୁ ମହାସୁପକାରଙ୍କ ନାଁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

Barta
Sikhsya

Leave A Reply

Your email address will not be published.