ସହିଦଙ୍କ ଗାଁ ହେବ ମଡେଲ ପଞ୍ଚାୟତ : ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ-କଶ୍ମୀରର ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ପ୍ରସନ୍ନ କୁମାର ସାହୁ ଓ ମନୋଜ ବେହେରା ସହିଦ ହୋଇଛନ୍ତି । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଦୁଇ ସହିଦ ଯବାନଙ୍କ ପ୍ରାର୍ଥିବ ଶରୀର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ମନ୍ତ୍ରୀ, ପିସିସି ସଭାପତି, ସିଅରପିଏଫ ଯବାନ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରସନ୍ନ ଓ ମନୋଜଙ୍କ ଅକାଳ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଖୁବ ମର୍ମାହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି ମୁଖ୍ୟମନ୍ତ୍ରୀ ସହିଦଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ । ଯାହାକି ଆଜି ସେ ପୁନର୍ବାର ବୃଦ୍ଧି କରି ୨୫ ଲକ୍ଷ ଘୋଷଣ କରିଛନ୍ତି । ସେହିପରି ଉଭୟ ସହୀଦଙ୍କ ପିଲାଙ୍କ ପାଠପଢା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଉଭୟ ସହିଦଙ୍କ ଗାଁକୁ ମଡେଲ ପଞ୍ଚୟତରେ ପରିଣତ କରିବା ସହ ପ୍ରସନ୍ନ ଓ ମନୋଜ ପଢ଼ୁଥିବା ସ୍କୁଲକୁ ତାଙ୍କ ନାଁରେ ନାମିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.