ମହାନଦୀରେ ମଧ୍ୟମ ଧରଣର ବନ୍ୟା !

ଲଘୁଚାପ ଯୋଗୁଁ ରାଜ୍ୟରେ ଜାରି ରହିଛି ବର୍ଷା । ଫଳରେ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଛି । ହୀରାକୁଦରୁ ୩୪ଟି ଗେଟ ଦେଇ ବନ୍ୟା ଜଳ ପ୍ରଭାବିତ ହେଉଛି । ଯାହା ଦ୍ୱାରା ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ହେବାର ଆଶଙ୍କା କରାଯାଉଛି ।
ସେହିପରି ସୁବର୍ଣ୍ଣରେଖା, ବୁଢାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା ନଥିବା ବେଳେ ଜଳକାରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ହେଲେ ଦକ୍ଷିଣ ଓଡିଶା ନଦୀରେ ସେପରି ବନ୍ୟା ଆଶଙ୍କା ନାହିଁ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।
ସେପଟେ ହୀରାକୁଦର ଉପରମୁଣ୍ଡରେ ଓ ତଳ ମୁଣ୍ଡରେ ବର୍ଷା ଜାରି ରହିଛି । ହୀରାକୁଦରୁ ୫ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଥିବା ବେଳେ ୫ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି ।