ଆଣ୍ଟି ଡ୍ରୋନ ସିଷ୍ଟମ ଜରିଆରେ ହେବ ମୋଦୀଙ୍କ ସୁରକ୍ଷା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କିଛିଦିନ ହେବ ପଡ଼ୋଶୀ ଦେଶ ସହ ଜାରିି ରହିଥିବା ସୀମା ବିବାଦ ଓ ଅସ୍ତ୍ରବିରତି ଉଲଂଘନ ମଧ୍ୟରେ ଦେଶର ସୁରକ୍ଷା ଏଜେନ୍ସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ନେଇ ଖୁବ୍ ସଚେତନ ଅଛନ୍ତି। ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆବାସ ଓ ଅଫିସର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ଏଜେନ୍ସି ଡ୍ରୋନର ସାହାଯ୍ୟ ନେବାକୁ ଯାଉଛନ୍ତି। ଆଣ୍ଟି ଡ୍ରୋନ୍ ସିଷ୍ଟମ ସାହାଯ୍ୟରେ ମୋଦୀଙ୍କ ସୁରକ୍ଷା କରାଯିବ। ଆଣ୍ଟି ଡ୍ରୋନ୍ ସିଷ୍ଟମ ସାହାଯ୍ୟରେ ଡ୍ରୋନ ନିର୍ମାଣ କରିବାର ଦାୟିତ୍ୱ ଡିଆରଡିଓ ଭାରତ ଇଲେକଟ୍ରୋନିକ୍ସକୁ ଦେଇଛି।

ସୂଚନାଯୋଗ୍ୟ, ଏହି ଡ୍ରୋନ ଶତ୍ରୁ ଦେଶର ଡ୍ରୋନକୁ ନିଷ୍କ୍ରିୟ କରିବା ସହ ମାରିବାର କ୍ଷମତା ମଧ୍ୟ ରଖିବ। ଏହି ଡ୍ରୋନ ଶତ୍ରୁ ଦେଶର ଡ୍ରୋନକୁ ୩ କିମି ଦୂରରେ ନିଷ୍କ୍ରିୟ କରିପାରିବ।

Leave A Reply

Your email address will not be published.